ଜଳେଶ୍ବରରେ ଚଳନ୍ତା ଟ୍ରକକୁ ପଛରୁ ପିଟିଲା ଦ୍ରୁତଗାମୀ ଆମ୍ବୁଲାନ୍‌ସ; ଜଣେ ମୃତ, ୬ ଗୁରୁତର

Advertisment
ଜଳେଶ୍ବରରେ ଚଳନ୍ତା ଟ୍ରକକୁ ପଛରୁ ପିଟିଲା ଦ୍ରୁତଗାମୀ ଆମ୍ବୁଲାନ୍‌ସ; ଜଣେ ମୃତ, ୬ ଗୁରୁତର

ଜଳେଶ୍ଵର: ଚଳନ୍ତା ଟ୍ରକକୁ ଦ୍ରୁତଗାମୀ ଆମ୍ବୁଲାନ୍‌ସ ପଛପଟରୁ ଶକ୍ତ ଧକ୍କା ଦେଇଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଲୋକଙ୍କର ମୃତ୍ୟୁ ଘଟିଥିଲା ‌ବେଳେ ୬ ଜଣ ଗୁରୁତର ହୋଇଛନ୍ତି। ୧୬ ନମ୍ବର ଜାତୀୟ ରାଜପଥର ଜଳେଶ୍ଵର ଥାନା ଅଧିନସ୍ଥ ନହଞ୍ଜରା ନିକଟସ୍ଥ ଖୁସି ପ୍ଲାଜା ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କର ପରିଚୟ ମିଳି ନଥିଲା ବେଳେ, ସେମାନେ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ସାଢ଼େ ୬ଟା ବେଳକୁ ଭୁବନେଶ୍ବର ଏମ୍‌ସୁ ‌ରୋଗୀ ଓ ‌ସଂପର୍କୀୟମାନଙ୍କୁ ନେଇ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା। ଏହି ଆମ୍ବୁଲାନ୍‌ସଟି ନହଞ୍ଜରା ନିକଟସ୍ଥ ଖୁସି ପ୍ଲାଜା ନିକଟରେ ଏକ ଚଳନ୍ତା ଟ୍ରକ ପଛରେ ପିଟି ହୋଇଯାଇଥିଲା। ଫଳରେ ଆମ୍ବୁଲାନ୍‌ସରେ ଥିବା ଚାଳକଙ୍କ ସମେତ ୭ ଜଣ ଯାତ୍ରୀଙ୍କ ମଧ୍ୟରୁ ଜଣଂକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ ଜଣ ଗୁରୁତର ହୋଇଥିଲେ। ସମସ୍ତ ଆମ୍ବୁଲାନ୍‌ସ ଆରୋହୀ ପଶ୍ଚିମବଙ୍ଗର ମେଦିନୀପୁର ଅଞ୍ଚଳର ବୋଲି କୁହାଯାଇଛି। ଗୁରୁତରମାନଙ୍କୁ ପ୍ରଥମେ ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲକୁ ନିଆ ଯାଇଥିବା ବେଳେ ସେଠାରୁ ପୁଣି ମେଦିନୀପୁର ସ୍ଥାନାନ୍ତର କରାଯାଇଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଆମ୍ବୁଲାନ୍‌ସଟି ସଂପୂର୍ଣ୍ଣ ରୂପେ ଭାଙ୍ଗିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe