ଗାଁଦାଣ୍ଡରେ ବସି କଥା ହେଉଥିବା ବେଳେ ବଜ୍ରପାତ; ଜଣେ ମୃତ, ୬ ଆହତ

Advertisment
ବଜ୍ରପାତରେ ବୃଦ୍ଧା ମୃତ

The Statesman

କୋରାପୁଟ: ଗାଁ ଦାଣ୍ଡରେ ବସି କଥା ହେଉଥିବା ବେଳେ ବଜ୍ରପାତ ହୋଇଛି। ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ୬ ଜଣ ଆହତ ହୋଇଛନ୍ତି। କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ କୁରୁମାକୋଟ ଗାଁରେ ଆଜି ଏହି ଅଘଟଣ ଘଟିଛି। ସମସ୍ତ ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ କୁରୁମାକୋଟ ଗାଁରେ ଆଜି କିଛି ଲୋକ ଗାଁ ଦାଣ୍ଡରେ ବସି କଥାବାର୍ତ୍ତା ହୋଇଥିଲେ। ଗାଁ ଲୋକେ ବିଭିନ୍ନ ସ୍ଥାନରେ କାମକରି ଫେରିବା ପରେ ଦାଣ୍ଡରେ ବସି ଭଲ-ମନ୍ଦ କଥା ହେଉଥିଲେ। ଏହି ସମୟରେ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ୬ ଜଣ ଆହତ ହୋଇଥିଲେ। ସମସ୍ତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ କେରାପୁଟ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe