ମହାନଦୀରେ ଡଙ୍ଗା ବୁଡ଼ିବା ଘଟଣା: ଜଣେ ମହିଳାଙ୍କ ମୃତ୍ୟୁ, ୬ରୁ ଊର୍ଦ୍ଧ୍ବ ନିଖୋଜଙ୍କୁ ଉଦ୍ଧାର ପାଇଁ ଅପରେସନ ଜାରି

Advertisment
ମହାନଦୀରେ ଡଙ୍ଗା ବୁଡ଼ିବା ଘଟଣା: ଜଣେ ମହିଳାଙ୍କ ମୃତ୍ୟୁ, ୬ରୁ ଊର୍ଦ୍ଧ୍ବ ନିଖୋଜଙ୍କୁ ଉଦ୍ଧାର ପାଇଁ ଅପରେସନ ଜାରି

ଝାରସୁଗୁଡ଼ା: ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଡଙ୍ଗା ବୁଡ଼ି ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଆହୁରି ୬ରୁ ଅଧିକ ଲୋକ ନିଖୋଜ ଥିବା ଜଣାଯାଇଛି। ପୁଲିସ ଓ ଅଗ୍ନିଶମ ବାହିନୀ ନିଖୋଜ ବ୍ୟକ୍ତିମାନଙ୍କୁ ଉଦ୍ଧାର ପାଇଁ ଅପରେସନ ଜାରି ରଖିଛନ୍ତି। ମୃତ ମହିଳାଙ୍କର ପରିଚୟ ମିଳିପାରି ନାହିଁ।

ସୂଚନା ଅନୁସାରେ ସୀମାନ୍ତ ଛତିଶଗଡ଼ର କୋରବା ଜିଲ୍ଲା ଟପରା ଗାଁର ୬୦ ଜଣ ଲୋକ ବରଗଡ଼ ଜିଲ୍ଲା ବାଞ୍ଜିପାଲିସ୍ଥିତ ପଥରସେଣୀ ମନ୍ଦିରକୁ ଯାଇଥିଲେ। ସେଠାରେ ସମୋନେ ପୂର୍ବ ମାନସିକ ଅନୁଯାୟୀ ମନ୍ଦିରରେ ବୋଦା ବଳି ମଧ୍ୟ ଦେଇଥିଲେ। ସେଠାରୁ ଫେରିବା ବେଳେ ଶରଧା ଘାଟରୁ ପ୍ରାୟ ୧କିମି ଦୂରରେ ଡଙ୍ଗାଟି ଓଲଟି ପଡ଼ିଥିଲା। ଡଙ୍ଗାର ଉଭୟ ପାର୍ଶ୍ବରେ ବସିଥିବା ଲୋକେ ପହଁରିବାକୁ ଉଦ୍ୟମ କରିଥିବା ବେଳେ ସ୍ଥାନୟୀ ମତ୍ସ୍ୟଜୀବୀମାନଙ୍କ ଦ୍ବାରା ଉଦ୍ଧାର ହୋଇଥିଲେ। କିନ୍ତୁ ଯେଉଁମାନଙ୍କ ଉପରେ ଡଙ୍ଗା ଓଲଟି ପଡ଼ିଛି, ସେମାନଙ୍କର ପତ୍ତା ମିଳୁ ନାହିଁ।

publive-image

ଡଙ୍ଗା ଓଲଟିବା ସମୟରେ ପ୍ରାୟ ୩୫ ଜଣଙ୍କୁ ମତ୍ସ୍ୟଜୀବୀମାନେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କରିଥିଲେ। ନିଖୋଜମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଛି। ସେଥିରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ କିଛି ମହିଳା ଓ ଶିଶୁମାନେ ନିଖୋଜ ଥିବା ଜଣାପଡ଼ିଛି। ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe