ସିରିଜ ଦୁର୍ଘଟଣାରେ ଜଣେ ମୃତ, ୭ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି

Advertisment
ଦୁର୍ଘଟଣାଜନିତ ମୃତ୍ୟୁ ସହାୟତାରେ ବି ପାତରଅନ୍ତର: ସଡ଼କ ଦୁର୍ଘଟଣାରେ ମଲେ ମିଳୁନି ସହାୟତା

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକ ଅଧିନ ଅଡ଼ବା ଥାନା ଅଞ୍ଚଳରେ ଆଜି ଅପରାହ୍ନରେ ସିରିଜ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ଯୋଗୁଁ ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ‌ଘଟିଥିବା ବେଳେ ଅନ୍ୟ ୭ଜଣଙ୍କୁ ଗୁୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ଗୁଡ଼ାନାଲି ଗାଁ ନିକଟରେ ଦୁଇଟି ଅଟୋ ସହିତ ବାଇକ୍‌ର ଧକ୍କା ହୋଇଛି। ବାଇକ ଚାଳକ ନିୟନ୍ତ୍ରଣ ହରାଇ ଅଟୋକୁ ଧକ୍କା କରିଛନ୍ତି। ଅପରାହ୍ନ ପ୍ରାୟ ୩ଟା ୧୫‌ରେ ଏହି ଘଟଣା ଘଟିଛି। ଘଟଣାସ୍ଥଳରେ ହିଁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକଙ୍କର ସହାୟତରେ ସମସ୍ତ ୭ ଜଣ ଗୁରୁତରଙ୍କୁୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ମୃତକ ଓ ଗୁରୁତର ମାନଙ୍କର ପରିଚୟ ମିଳିପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe