ସଂକୀର୍ତ୍ତନ ପାଇଁ ଯାଉଥିଲେ; ଭାରସାମ୍ୟ ହରାଇ ଓଲଟିଲା ପିକ୍‌ଅପ୍‌, ଜଣେ ମୃତ ଓ ୯ ଜଣ ଆହତ

Advertisment
ସଂକୀର୍ତ୍ତନ ପାଇଁ ଯାଉଥିଲେ; ଭାରସାମ୍ୟ ହରାଇ ଓଲଟିଲା ପିକ୍‌ଅପ୍‌, ଜଣେ ମୃତ ଓ ୯ ଜଣ ଆହତ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ରାମପୁର ଠାରୁ ବାନ୍ଧନବାଡି ଗ୍ରାମରେ ହେଉଥିବା ସଂକୀର୍ତ୍ତନରେ ଯୋଗ ଦେବାପାଇଁ ଯାଉଥିବା ବେଳେ ପାଟଣାଗଡ଼-ବଲାଙ୍ଗୀର ମୁଖ୍ୟ ରାସ୍ତାରେ ଥିବା ଭଇଁଷା ଗ୍ରାମର ବସଷ୍ଟାଣ୍ଡ ଠାରେ ପିକ୍‌ଅପ୍‌ ଓଲଟି ଜଣକର ମ୍ରୁତ୍ୟୁ ଘଟିଥିବା ବେଳେ ୪ ଗୁରୁତର ଓ ୫ ଆହତ ହୋଇଥିବା ନେଇ ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ପାଟଣାଗଡ଼- ବଲାଙ୍ଗୀର ମୁଖ୍ୟ ରାସ୍ତାରେ ଥିବା ବାନ୍ଧନବାଡି ଗ୍ରାମରେ ସଂକୀର୍ତ୍ତନ ଅନୁଷ୍ଠିତ ହେଉଛି। ଏଥିରେ ପାଟଣାଗଡ଼ ସହରର ରାମପୁରର ସଂକୀର୍ତ୍ତନ ଦଳ ଭାଗ ନେବା ପାଇଁ ଏକ ପିକ୍‌ଅପ୍‌ (ଓଡି୦୩ଏଲ ୯୩୮୨) ଯୋଗେ ବାନ୍ଧନବାଡ଼ିକୁ ଯାଉଥିଲେ। ଏହି ସମୟରେ ସମ୍ପ୍ରୁକ୍ତ ରାସ୍ତରେ ଥିବା ଭଇଁଷା ଗ୍ରାମର ବସଷ୍ଟାଣ୍ଡ ଠାରେ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ଏଥିରେ ବସିଥିବା ୫ ଜଣ ଗୁରୁତର ଓ ୫ ଜଣ ଆହତ ହୋଇଥିବା ଜଣାପଡିଛି। ଗୁରୁତର ୫ ଜଣଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲକୁ ନିଆ ଯାଇଥିବା ବେଳେ ଆହତ ହୋଇଥିବା ୫ ଜଣକୁ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ଅଣା ଯାଇଥିବା ଜଣାପଡିଛି। ବଲାଙ୍ଗୀର ନିଆଯାଇଥିବା ଗୁରୁତରମାନଙ୍କ ମଧ୍ୟରୁ ଜଣକର ମ୍ରୁତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି।

ପାଟଣାଗଡ ଉପଖଣ୍ଡ ଡାକ୍ତରଖାନାକୁ ଅଣାଯାଇଥିବା ୫ ଆହତଙ୍କ ମଧ୍ୟରୁ ରାମପୁରର ଗୋକୁଳ ମନହୀରା(୪୦), ସୀମା ସେଠା(୧୭), ଆଶା ଭୁଏ ( ୪୦), ମୀନା ନାଏକ (୬୦) ବୋଲି ଜଣାପଡିଛି। ତେବେ ସମ୍ପ୍ରୁକ୍ତ ଗାଡିରେ ପାଖାପାଖି ୨୫ ରୁ ୩୦ ଜଣ ଯାଉଥିବା ନେଇ ସୂଚନା ମିଳିଛି। ଫଳରେ ଭାରସାମ୍ୟ ହରାଇ ଓଲଟି ଯାଇଥିବା ନେଇ ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe