ବାଇକ୍ ଧକ୍କାରେ ଜଣେ ମୃତ, ୧ ଗୁରୁତର

କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

ବିନିକା/ସିଂଘିଯୁବା: ସୁବର୍ଣ୍ଣପୁର ଜିଲ୍ଲା ବିନିକା-ଡିଙ୍ଗୁରିପାଲି ରାସ୍ତାର ବିନିକା ଥାନା ସିଂଘିଯୁବା କିଷାନ ଛକଠାରେ ଏକ ବାଇକ୍ ଧକ୍କାରେ ସିଂଘିଯୁବା ଗାଁର ଜବଦୁ ସାହୁ (୫୦ବର୍ଷ)ଙ୍କ ମୃତ୍ୟୁ ଘଟିଛି। ସୂଚନାନୁସାରେ, ଜବଦୁ ଶୁକ୍ରବାର ଦିନ ପ୍ରାୟ ୨ଟାରେ ଗଙ୍ଗାଭୋଜି ଖାଇ ସିଂଘିଯୁବା କଲୋନି ପଡ଼ାସ୍ଥିତ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ବାଇକ୍‌ (ଓଡି ୦୩ ପି ୭୦୫୪) ଯୋଗ‌େ ବିନିକା ପଟୁ ଦ୍ରୁତଗତିରେ ଆସୁଥିବା ଜାମପାଲି ଗାଁର ପ୍ଲବିତ ପଧାନ (୨୪ବର୍ଷ) ତାଙ୍କୁ ଧକ୍କା ଦେଇଥିଲେ। ଉଭୟଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବିନିକା ଡାକ୍ତରଖାନାକୁ ଅଣାଯାଇଥିଲା। ମାତ୍ର ଜବଦୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପ୍ଲବିତଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ବିନିକା ପୁଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ କରୁଛି। ରାତି ୮ଘଣ୍ଟାରେ ସମୟରେ ମୃତକଙ୍କ ସାନଭାଇଙ୍କ ପୁଅ ଚୂଡ଼ାମଣି ସାହୁ ବିନିକା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଶନିବାର ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ମୃତକଙ୍କ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe