ଦଶାହ କର୍ମରେ ଯୋଗ ଦେବାକୁ ଯାଉଥିଲେ ୨ ଜଣ; ଦୁର୍ଘଟଣାରେ ଯୁବକ ମୃତ, ଅନ୍ୟ ଜଣେ ଗୁରୁତର

Advertisment
ଦଶାହ କର୍ମରେ ଯୋଗ ଦେବାକୁ ଯାଉଥିଲେ ୨ ଜଣ; ଦୁର୍ଘଟଣାରେ ଯୁବକ ମୃତ, ଅନ୍ୟ ଜଣେ ଗୁରୁତର

ସିନ୍ଧେକେଲା: ସଂପର୍କୀୟଙ୍କ ଦଶାହ କର୍ମରେ ଯୋଗ ଦେବାକୁ ଯିବା ବେଳେ ୨ ଜଣ ବ୍ୟକ୍ତି ବାଲି ବୋଝେଇ ହାଇୱା ସହିତ ମୁହାଁମୁହିଁ ହୋଇଛନ୍ତି। ଦୁର୍ଘଟଣାର ସାମ୍ନା କରିବା ପରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତ ବ୍ୟକ୍ତି‌ ହେଲେ ପର୍ଶୁରାମ ପୁଟେଲ (୪୨)। ଲମ୍ବୁଧର ପୁଟେଲ (୫୨)।

ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ବନ୍ଦରାବନ୍ଧ ପଂଚୟତର ଜଏରପଡ଼ା ଗାଁର ପର୍ଶୁରାମ ପୁଟେଲ ଓ ମୁରିବାହାଲ ବ୍ଲକ ଅଧୀନ ସାହାଜପାଣି ଗାଁର ଲମ୍ବୁଧର ଆଜି ଏକ ଦଶାହ କାର୍ଯ୍ୟରେ ଯୋଗ ଦେବା ପାଇଁ ବାଇକ୍‌ରେ ସିନ୍ଧେକେଲା ଯାଉଥିଲେ। ପୂର୍ବାହ୍‌ଣ ପ୍ରାୟ ୧୧ଟା ୩୫ରେ ସିନ୍ଧେକେଲା ଥାନା ଅଧୀନ ବାଗବାହାଲ ଛକର କେନାଲ ନିକଟରେ ସେମାନଙ୍କୁ ଏକ ବାଲି ବୋଝେଇ ହାଇୱା (ଓଡି ୨୫ ଏଚ୍‌ ୯୦୧୭) ମୁହାଁମୁହିଁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୨ ବାଇକ୍‌ ଆରୋହୀ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକଙ୍କର ସହାୟତାରେ ୨ ଗୁରୁତରଙ୍କୁ ସିନ୍ଧେକେଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା।‌ ସେଠାରେ ଡାକ୍ତର ପର୍ଶୁରାମଙ୍କୁ ମୃତ ଘୋଷଣା କରିଥିଲେ ଏବଂ ଲମ୍ବୁଧରଙ୍କୁ ଭବାନୀପାଟଣାସ୍ଥିତ କଳାହାଣ୍ଡି ଜିଲ୍ଲା ମୁଖ୍ୟାଳୟକୁ ସ୍ଥାନାନ୍ତରିତ କରିଥିଲେ।

ତେବେ ଏହାକୁ ନେଇ ଚାନ୍ଦୋତରା-ବଲାଙ୍ଗୀର ୪୨ ନମ୍ବର ରାଜ୍ୟ ରାଜପଥର ସିନ୍ଧେକେଲା ହାଟପଦା ଠାରେ ମୃତବ୍ୟକ୍ତିଙ୍କର ପରିବାର ବର୍ଗ ମୃତଦେହ ରଖି ରାସ୍ତାରୋକ କରିଥିଲେ। କ୍ଷତିପୂରଣ ଦାବିରେ କିଛି ସମୟ ପର୍ଯ୍ୟନ୍ତ କରିଥିଲେ। ପରେ ପୁଲିସ ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ଖବର ଲେଖା ହେବା ପୂର୍ଯ୍ୟନ୍ତ ଫେରାର ବାଲି ବୋଝେଇ ହାଇୱାକୁ ନିଜ ନିୟନ୍ତ୍ରଣକୁ ଆଣି ପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe