ବାଇକ୍‌ ଆରୋହୀଙ୍କ ଉପରେ ଚଢ଼ିଗଲା ଟ୍ରକ୍‌; ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ମାଲକାନଗିରି ଜିଲ୍ଲାର ଏମଭି-୧୩ ଗ୍ରାମ ନିକଟରେ ଆଜି ଏକ ସଡ଼କ ଦୁର୍ଘଟଣା ଘଟିଛି। ବାଇକ୍‌ ଆରୋହୀ ୨ ଜଣ ବ୍ୟକ୍ତି ହଠାତ୍ ଏକ ଟ୍ରକ୍‌ ସାମ୍ନାକୁ ଆସିଯାଇଛନ୍ତି। ଟ୍ରକ୍‌ର ଚାଳକ ନିୟନ୍ତ୍ରଣ କରିବାକୁ ଚାହିଁ ମଧ୍ୟ ବିଫଳ ହୋଇଛନ୍ତି।

ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ୩୨୬ ଜାତୀୟ ରାଜପଥର ଏମଭି-୧୩ ଗ୍ରାମରେ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛି।

ଘଟଣା ଅନୁଯାୟୀ କାଲିମେଳା ପଟରୁ ଏକ ଟ୍ରକ ଦ୍ରୁତଗତିରେ ମାଲକାନଗିରି ଆଡ଼କୁ ଆସୁଥିଲା। ଏମଭି-୧୩ ଗ୍ରାମ ନିକଟରେ ହଠାତ୍ ଏକ ବାଇକ ଟ୍ରକ୍‌ ସାମ୍ନାକୁ ଚାଲିଆସିଥିଲା। ଟ୍ରକ୍‌ ଡ୍ରାଇଭର ବାଇକ ଆରୋହୀ ଦୁଇ ଜଣଙ୍କୁ ବଞ୍ଚାଇବାକୁ ଯାଇ ନକଟସ୍ଥ ଏକ କୋଠା ଘରେ ଧକ୍କା ଦେଇଥିଲେ ମଧ୍ୟ ବାଇକ୍‌ ସହ ଦୁଇ ଜଣ ଆରୋହୀ ଟ୍ରକ୍‌ର ଚକା ତଳେ ପଡିଯାଇଥିଲେ। ଫଳରେ ଟ୍ରକ ଚକା ତଳେ ପଡ଼ି ଜଣେ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ଆଉ ଜଣେ ଗୁରୁତର ହେବାକୁ ତାଂକୁ ତୁରନ୍ତ ମାଲକାନଗିରି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।

publive-image

ଟ୍ରକ୍‌ ଡ୍ରାଇଭର ବାଇକ ଆରୋହୀ ଦୁଇ ଜଣଙ୍କୁ ବଞ୍ଚାଇବାକୁ ଯାଇ ନକଟସ୍ଥ ଏକ କୋଠା ଘରେ ଧକ୍କା ଦେଇଥିଲେ ମଧ୍ୟ ବାଇକ୍‌ ସହ ଦୁଇ ଜଣ ଆରୋହୀ ଟ୍ରକ୍‌ର ଚକା ତଳେ ପଡିଯାଇଥିଲେ। ଫଳରେ ଟ୍ରକ ଚକା ତଳେ ପଡ଼ି ଜଣଙ୍କର ମୃତ୍ୟୁ ଘଟିଛି। 

ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ତେବେ ବାଇକ୍‌ରେ ବସିଥିବା ଦୁଇ ଜଣ ବ୍ୟକ୍ତି କୋରକୋଣ୍ଡା ଅଂଚଳର ବୋଲି ପୁଲିସ କହିଛି। ତେବେ ସେମାନଙ୍କର ପରିଚୟ ମିଳିନଥିବା ଆଇଆଇସି ରିଗାନ କିଣ୍ଡୋ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe