ଅବକାରୀ ବିଭାଗ କବଳରୁ ଖସିବା ଉଦ୍ୟମରେ ଜଣେ ମୃତ ଏବଂ ଅନ୍ୟ ଜଣେ ଗୁରୁତର

ଦୁଇଟି ବାଇକ୍‌କୁ ଧକ୍କା ଦେଲା ପିକ୍ଅପ୍: ପୁତୁରା ମୃତ

iStock

ବୁର୍ଲା/ସୋନପୁର: ଚୋରା ଗଞ୍ଜେଇ ଚାଲାଣ କରୁଥିବା ବେଳେ ଅବକାରୀ ବିଭାଗ କବଳରୁ ଖସିବା ପାଇଁ ଉଦ୍ୟମ କରୁଥିବା ସମୟରେ ଜଣକର ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ବୁର୍ଲା ଭିମସାର୍‌ରେ ଭର୍ତ୍ତି। ମୃତକ ଜଣକ ରାଉରକେଲା ଛେଣ୍ଡ ଥାନା ଅନ୍ତର୍ଗତ କୌଶଲ୍ୟା ବିହାର ର ପ୍ରଦୀପ ମହାନ୍ତି ( ୫୩ ) ହୋଇଥିବା ବେଳେ ଗୁରୁତର ଜଣକ ସେହି ଚ୍ଛେଣ୍ଡ ଅଞ୍ଚଳର ପ୍ରମୋଦ କୁମାର ପାଢ଼ୀ (୨୨ ) ବୋଲି ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ ଆଜି ରାଉରକେଲା ଛେଣ୍ଡ୍ ଅଞ୍ଚଳର ପ୍ରଦୀପ ଓ ପ୍ରମୋଦ ଗୋଟିଏ ସ୍କୁଟି ରେ ସମ୍ବଲପୁର ରୁ ସୋନପୁର ଅଭିମୁଖେ ଯାଉଥିଲେ। ସେମାନେ ପ୍ରାୟ ୨୦ କେଜି ଚୋରା ଗଞ୍ଜେଇ ଚାଲାଣ କରୁଥିବା ଅବକାରୀ ବିଭାଗ ଖବର ପାଇ ତାଙ୍କର ପିଛା କରୁଥିଲା। କିନ୍ତୁ ଦୃତଗତିରେ ସେମାନେ ଥିବାରୁ ସମ୍ବଲପୁର ଅବକାରୀ ଟିମ୍ ଉଲୁଣ୍ଡା ଅବକାରୀ ଟିମ୍ କୁ ଏହି ବିଷୟରେ ସୂଚିତ କରିଥିଲା। ଯାହା ଫଳରେ ଉଲୁଣ୍ଡା ଟିମ୍ ଉକ୍ତ ସ୍କୁଟି କୁ କାବୁ କରିବା ପାଇଁ ଉଲୁଣ୍ଡା ରେ ଜଗି ରହିଥିଲେ। ତେବେ ଦୃତଗତିରେ ସ୍କୁଟି ଟି ଥିବାରୁ ଭାରସାମ୍ୟ ହରାଇ ଅବକାରୀ ବିଭାଗର ଗାଡ଼ିରେ ଧକ୍କା ଦେଇ ଥିଲା। ଯାହା ଫଳରେ ଘଟଣା ସ୍ଥଳରେ ପ୍ରଦୀପ ଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ଅନ୍ୟ ସହଯୋଗୀ ପ୍ରମୋଦ ଙ୍କୁ ଗୁରୁତର ଅବସ୍ଥାରେ ଅବକାରୀ ବିଭାଗର ଅଧିକାରୀ ନୀତିନ ଚନ୍ଦ୍ର ମଣ୍ଡଳ ତାଙ୍କ କିଛି କର୍ମଚାରୀଙ୍କ ସହିତ ଆଣି ବୁର୍ଲା ଭିମସାର୍ ର ଆଶୁ ଚିକିତ୍ସା ବିଭାଗ ରେ ଭର୍ତ୍ତି କରିଥିଲେ। ତେବେ ବର୍ତ୍ତମାନ ପ୍ରମୋଦ ଙ୍କ ସ୍ବାସ୍ଥ୍ୟ ବସ୍ଥା ସ୍ଥିର ଅଛି ବୋଲି ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe