ରେଳଲାଇନ୍‌ ମରାମତି ବେଳେ ଦୁର୍ଘଟଣା: ଜଣେ ଶ୍ରମିକଙ୍କ ମୃତ୍ୟୁ, ଅନ୍ୟ ଜଣେ ଗୁରୁତର

Advertisment
ଟ୍ରେନ ଧକ୍କାରେ ମହିଳା ମୃତ

ଓଡ଼ାପଡ଼ା: ତାଳଚେର-ଡୁବୁରି ରେଳଲାଇନ୍‌ ମରାମତି ବେଳେ ଦୁର୍ଘଟଣା ଘଟିଛି। ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅଧୀନ ଭାଗାମୁଣ୍ଡା ଗ୍ରାମ ନିକଟ ରେଳଲାଇନ୍‌ରେ କାମ ଚାଲିଥିଲା ବେଳେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବିପିନ ନାୟକ (୫୦) ଓ ଗୁରତର ପ୍ରକାଶ ନାୟକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ତାଳଚେର-ଡୁବୁରି ରେଳଲାଇନ୍‌ର କଣ୍ଟାବଣିଆ ଥାନା ଅଧୀନ ଭାଗାମୁଣ୍ଡା ଗ୍ରାମ ନିକଟ ଆଜି କାମ ଚାଲିଥିଲା। ନିର୍ମାଣ କାମରେ ଅନେକ ଶ୍ରମିକ ନିୟୋଜିତ ଥିଲେ। ସେଥିରୁ ବିପିନ ଓ ପ୍ରକାଶ ଦୁର୍ଘଟଣାର ସାମ୍ନା କରିଥିଲେ। ଘଟଣାସ୍ଥଳରେ ବିପିନଙ୍କ ମୃତ୍ୟୁ ହୋଇଥିଲା ବେଳେ ପ୍ରକାଶ ଗୁରୁତର ହୋଇଥିଲେ।

ସୂଚନା ପାଇ ରେଳବାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ମୃତଦେହ ଉଦ୍ଧାର କରିଥିଲା। ଗୁରୁତର ଆହତ ପ୍ରକାଶଙ୍କୁ ଅନୁଗୁଳ ଡାକ୍ତରଖାନାକୁ ଚିକିତ୍ସ। ପାଇଁ ଆମ୍ବୁଲନସରେ ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe