ବ୍ୟାରେଜ୍‌ ନିର୍ମାଣ ବେଳେ ମାଟି ଅତଡ଼ା ଖସି ଜଣେ ଶ୍ରମିକ ମୃତ, ଦୁଇ ଗୁରୁତର

କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

ମଦନପୁର ରାମପୁର: କଳାହାଣ୍ଡି ଜିଲ୍ଲା ମଦନପୁ ରାମପୁର ବ୍ଲକ ସାଲେପାଲି ନିକଟସ୍ଥ ସାନ୍ଦୁଲ ବ୍ୟାରେଜ୍‌ ନିର୍ମାଣ କାର୍ଯ୍ୟ ବେଳେ ମାଟି ଅତଡ଼ା ଖସି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ଅନ୍ୟ ଦୁଇ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ମୃତ ବ୍ୟକ୍ତି ହେଲେ ଡିଓଁବା ବିଥୋବା।

ଶେଷ ନ ହେଉନୁ ଅଧପନ୍ତରିଆ କାମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ମାସ ୧୩ ତାରିଖ ଭର୍ଚୁଆଲ ମାଧ୍ୟମରେ ଉଦ୍‌ଘାଟନ କରିଥିଲେ। ହେଲେ ସେହି କାମକୁ ପୂର୍ଣ୍ଣାଙ୍ଗ କରୁଥିବାବେଳେ ଆଜି ସାନ୍ଦୁଲ ବେଳେ ହଠାତ୍ ମାଟି ଅତଡ଼ା ଖସି ପଡ଼ିବାରୁ ତିନି ଜଣ ଶ୍ରମିକ ମାଟି ତଳେ ଚାପି ହୋଇ ଥିବା ବେଳେ ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ହୋଇ ଯାଇଥିଲା। ଆଉ ଦୁଇଜଣ ଗୁରୁତର ହୋଇଥିଲେ।

ଖବର ପାଇ ଏମ୍‌. ରାମପୁର ଥାନା ଅଧିକାରୀ ସୁଦର୍ଶନ ନାୟକ ସବଇନ୍ସପେକ୍ଟର ଶ୍ରୀରାଜ ପାଢ଼ୀଙ୍କ ସମେତ ସମସ୍ତ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଏମ୍‌ ରାମପୁର ଡାକ୍ତରଖାନାକୁ ଆଣି ବ୍ୟବଚ୍ଛେଦ କରିଥିଲେ ଓ ଦୁଇ ଜଣ ଗୁରୁତର ଶ୍ରମିକଙ୍କୁ ଏମ୍‌ ରାମପୁର ଠାରେ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣାସ୍ଥିତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି। ହେଲେ ମୃତକ ଜଣଙ୍କଙ୍କ ନାମ ଡିଓଁବା ବିଥୋବା ଏବଂ ଗୁରୁତର ହୋଇଥିବା ଉଭୟ ଶ୍ରମିକ ମହାରାଷ୍ଟ୍ରର ବୋଲି ପୁଲିସ ସୂତ୍ରରୁ ଖବର ମିଳିଛି।  ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe