Advertisment

ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଗୁରୁତର 

Advertisment
କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକ ଚୌକି ନିକଟରେ ରବିବାର ଦିନ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଅଛନ୍ତି। ଗୁରୁତର ଦୁଇ ବ୍ୟକ୍ତିଙ୍କର ପରିଚୟ ମିଳିଥିଲା ବେଳେ ମୃତ ଯୁବକଙ୍କ ପରିଚୟ ମିଳି ପାରିନାହିଁ।

ସୂଚନା ଅନୁଯାୟୀ ଆଜି ଦିନ ୨ଟା ୩୦ ପାଖାପାଖି ସମୟରେ ଜଳେଶ୍ବର ଚନ୍ଦନେଶ୍ୱର ୫୭ ନମ୍ବର ରାଜପଥ ଚୌକି ନିକଟରେ ଦୁଇଟି ବାଇକ ପରସ୍ପର ଅଭରଟେକ କରୁଥିବା ବେଳେ ଦୁର୍ଘଟଣା ଘଟିଛି, ଯେଉଁଥିରେ ଧକ୍କା ହୋଇ ଜଣକର ମୃତ୍ୟୁୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ହୋଇ ଜଳେଶ୍ୱରପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଡାକ୍ତର ଜଣକୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତରଙ୍କୁ ବାଲେଶ୍ୱର ସ୍ଥାନାନ୍ତରିତ କରାଯାଇଛି। ଗୁରୁତର ଦୁଇଜଣ ହେଲେ ପଶ୍ଚିମବଙ୍ଗ ଜାତିମାଟି ଅଂଚଳର ଯୁବକ ବୋଲି ଜଣାପଡିଛି। ମୃତ ଯୁବକ ଜଣକ ଏପର୍ଯ୍ୟନ୍ତ କୌଣସି ପରିଚୟ ମିଳି ପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe