ବାଇକ୍‌ ଧକ୍କାରେ ସାଇକଲ ଚାଳକଙ୍କ ମୃତ୍ୟୁ, ଅନ୍ୟ ଦୁଇ ଜଣ ଗୁରୁତର

Advertisment
ବାଇକ୍‌ ଦୁର୍ଘଟଣାଗ୍ରସ୍ତ: ମହିଳାଙ୍କ ସମେତ ୨ ମୃତ

ରାଉରକେଲା: ଟିକାଏତପାଲି ଥାନା ଅନ୍ତର୍ଗତ କୁଲକୁତା ଗାଁ ନିକଟରେ ବାଇକ ଧକ୍କାରେ ସାଇକେଲ ଆରୋହୀଙ୍କର ମୃତ୍ୟୁ ହୋଇଛି। ଦୁଇ ଜଣ ବାଇକ ଆରୋହୀ ଗୁରୁତର ହୋଇଛନ୍ତି। ଆଜି ଅପରାହ୍ନ ୨ଟାରେ ବାଇକ ଓ ସାଇକେଲ ସରସରାପଟୁ ପିଠାଚୋର ଗ୍ରାମ ଆଡକୁ ଆସୁଥିବା ବେଳେ କୁଲକୁତା ଗ୍ରାମର ଗାଁ ମୁଣ୍ଡରେ ସାଇକେଲକୁ ବାଇକ ଧକ୍କା ଦେଇଥିଲା। ଫଳରେ ସାଇକେଲ ଆରୋହୀ ନିରାକର ନାଏକ(୫୫) ରାସ୍ତା ତଳକୁ ଛିଟିକି ପଡିବାରୁ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଓଡି ୧୪ ଆର ୭୭୦୧ ନମ୍ବର ବାଇକରେ ବସିଥିବା ତିନି ଜଣଙ୍କ ମଧ୍ୟରୁ ଦୁଇଜଣ ବାଇକରୁ ଛିଟିକି ପଡି ଗୁରୁତର ହୋଇଥିବା ଜଣାପଡ଼ିଛି ।

ସ୍ଥାନୀୟ ଲୋକେ ଗୁରୁତରମାନଙ୍କୁ ଉଦ୍ଧାର କରି ସରସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ଜଣାପଡିଛି । ଟିକାଏତପାଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ଯବଚ୍ଛେଦ ନିମନ୍ତେ ପଠାଇବା ସହ ବାଇକ ଓ ସାଇକେଲ ଜବତ କରି ଘଟଣାର ତଦନ୍ତ ଚଲାଇଥିବା ଜଣାପଡ଼ିଛି। ସାଇକେଲ ଆରୋହୀ ଜଣଙ୍କ ଘର କୁଚିଣ୍ଡା ଗ୍ରାମର କୁସୁମି ଥାନା ଅନ୍ତର୍ଗତ ବୋଲି ଜଣାପଡିଥିବା ବେଳେ ସେ ଟିକାଏତପାଲି ଥାନା ଅନ୍ତର୍ଗତ ଗୁଜାପାଳ ଗ୍ରାମରେ ରହୁଥିବା ତାଙ୍କ ସଢୁ ଘରକୁ କୁଣିଆ ଆସି ଫେରୁଥିବା ବେଳେ ଏହି ଘଟଣା ଘଟିଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe