ବୋଲେରୋ ଧକ୍କାରେ ମିନିବସ୍‌ ଚାଳକଙ୍କ ମୃତ୍ୟୁ, ୧୩ ଆହତ ଯାତ୍ରୀଙ୍କ ମଧ୍ୟରୁ ଜଣେ ଗୁରୁତର

ବୋଲେରୋ ଧକ୍କାରେ ମିନିବସ୍‌ ଚାଳକଙ୍କ ମୃତ୍ୟୁ, ୧୩ ଆହତ ଯାତ୍ରୀଙ୍କ ମଧ୍ୟରୁ ଜଣେ ଗୁରୁତର

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ଥାନା ଅଧୀନ ମାଲାନସୁଗା ଛକ ନିକଟରେ ଆଜି ଅପରାହ୍ନରେ ଯାତ୍ରୀବାହୀ ମିନିବସ୍‌କୁ ବୋଲେରୋ ଧକ୍କା ଦେଇଛି। ଏଥିରେ ବସ୍‌ ଚାଳକଙ୍କ ମୃତ୍ୟୁ ହୋଇଛି। ୧୩ ଜଣ ଆହତଙ୍କ ମଧ୍ୟରୁ ଜଣେ ଗୁରୁତର ଅଛନ୍ତି। ମୃତ ବସ୍‌ ଚାଳକ ହେଲେ ଆଦିକନ୍ଦ ପଣ୍ଡା।

ସୂଚନା ଅନୁସାରେ ଆଜି ଅପରାହ୍‌ଣରେ ଫୁଲବାଣୀ ଅଭିମୁଖେ ସିଲକ ସଫାରି ନାମକ ଏକ ଯାତ୍ରୀବାହୀ ମିନିବସ୍‌ (ଓଆର ୦୨ ଏଏକ୍ସ ୯୨୭୪) ଯାଉଥିଲା। ଯାତ୍ରା ଆରମ୍ଭ କରିବାର ମାତ୍ର ୪କିମି ଦୂରରେ କଳିଙ୍ଗା ଘୁମୁସର ଉଦୟଗିରି ମୁଖ୍ୟ ସଡ଼କ ମାଲାନସୁଗା ଛକ ନିକଟରେ ସମ୍ମଖ ପଟରୁ ଆସୁଥିବା ଏକ ଲୁହା ବୋଝେଇ ବୋଲେରୋ ଦ୍ରୁତଗତିରେ ଆସି ଯାତ୍ରୀବାହୀ ବସର ଡାହାଣ ପାର୍ଶ୍ଵକୁ ଧକ୍କା ଦେଇଥିଲା। ଫଳରେ ବସ୍‌ ଚାଳକ ଆଦିକନ୍ଦ ପଣ୍ଡାଙ୍କ ସମେତ ମୋଟ ୧୪ ଜଣ ଆହତ ହୋଇଥିଲେ।

ଦମକଳ ଗାଡ଼ି ଏବଂ ୧୦୮ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଅଞ୍ଚଳର ଯୁବକମାନଙ୍କ ସାହାଯ୍ୟରେ ଉଦ୍ଧାର କରାଯାଇଥିଲା। ସମସ୍ତ ଗୁରୁତର ଏବଂ ଆହତଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ଚିକିତ୍ସିତ କରିଥିଲେ। ଗୁରୁତର ଥିବା ବସ୍‌ ଚାଳକଙ୍କୁ ସଙ୍ଗେ ସଙ୍ଗେ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ରେଫର କରାଯାଇଥିଲା। ତେବେ ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବସ୍‌ରେ ବସିଥିବା ଅନ୍ୟ ୧୩ ଜଣ ଯାତ୍ରୀଙ୍କ ମଧ୍ୟରୁ ଜଣେ ଗୁରୁତର ଅଛନ୍ତି। ଆହତ ହୋଇ ଚିକିତ୍ସିତ ହେଉଥିବା ଏବଂ ଆଉ କିଛି ଚିକିତ୍ସା ପରେ ଘରକୁ ଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe