ସିରିଜ ଦୁର୍ଘଟଣା‌ରେ ଜଣେ ମୃତ ୪ ଗୁରୁତର

Advertisment

ଆଜି ସନ୍ଧ୍ୟା ପ୍ରାୟ ୫ଟା ବେଳେ ୫୭ ନମ୍ବର ଜାତୀୟ ରାଜପଥରେ  ଏକ କାରକୁ  ଅନ୍ୟ ଏକ ଗାଡ଼ି ଓଭରଟେକ କରୁଥିବା ବେଳେ ଦୁଇଟି ବାଇକକୁ ଧକ୍କା ଦେଇ କାର ଫେରାର ମାରିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି।

ଆଜି ସନ୍ଧ୍ୟା ପ୍ରାୟ ୫ଟା ବେଳେ ୫୭ ନମ୍ବର ଜାତୀୟ ରାଜପଥରେ  ଏକ କାରକୁ  ଅନ୍ୟ ଏକ ଗାଡ଼ି ଓଭରଟେକ କରୁଥିବା ବେଳେ ଦୁଇଟି ବାଇକକୁ ଧକ୍କା ଦେଇ କାର ଫେରାର ମାରିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି।

car

ଜହ୍ନାପଙ୍କ: ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତର୍ଗତ ଖୁଣ୍ଟବନ୍ଧ ରାଜ ହୋଟେଲ ନିକଟରେ ଆଜି ସନ୍ଧ୍ୟା ପ୍ରାୟ ୫ଟା ବେଳେ ୫୭ ନମ୍ବର ଜାତୀୟ ରାଜପଥରେ  ଏକ କାର (ଓଡି ୨୭ ବି ୭୯୩୬)କୁ  ଅନ୍ୟ ଏକ ଗାଡ଼ି (ଓଡି ୨୭ ଇ ୦୮୮୮) ଓଭରଟେକ କରୁଥିବା ବେଳେ ଦୁଇଟି ବାଇକକୁ ଧକ୍କା ଦେଇ କାର ଫେରାର ମାରିଛି। ଏହି ଦୁର୍ଘଟଣାରେ ଜଣେ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଅଛନ୍ତି। 

ସୂଚନାମତେ ବାଉଁସୁଣୀ ପଟୁ ବୌଦ୍ଧ ଅଭିମୁଖେ ଯାଉଥିବା ଉକ୍ତ କାରକୁ  ଓଭରଟେକ କରିବାବେଳେ  ରାଜ ହୋଟେଲରୁ ଚରଦା ରାସ୍ତାକୁ ଯାଉଥିବା ବାଇକ ଚାଳକକୁ ଧକ୍କା ଦେଇ ଆଉ ଗୋଟିଏ ବାଇକକୁ ଧକ୍କା ଦେଇ ଦ୍ରୁତଗତିରେ ଫେରାର ମାରିଥିଲା।

କାର ଚାଳକ ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଫେରାର ମାରିଛି। ସ୍ଥାନୀୟ ଲୋକ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ। ପ୍ରଥମ  ବାଇକ ପଛରେ ବସିଥିବା କୁମୁରସିଙ୍ଗା ଗ୍ରାମର ମହେନ୍ଦ୍ର ଭୋଇ(୫୨)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଚରଦା ଗ୍ରାମର ପ୍ରମୋଦ ପରିଡା ଆହତ ହୋଇଥିଲେ।

ଦ୍ୱିତୀୟ ବାଇକରେ ବସିଥିବା ବ୍ରହ୍ମଚାରୀ ଗ୍ରାମ ମେହେର ସାହିର  ନାରାୟଣ ମେହେର, ଭଜମନ ମେହେର ଓ ମୁନା  ମେହେର ଗୁରୁତର ହୋଇଥିଲେ। ଭଜମନ ମେହେରଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡିଛି। ଜହ୍ନାପଙ୍କ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଂଚି ଉଇଙ୍ଗର ଓ ଉଭୟ ବାଇକକୁ ଜବତ କରି ତଦନ୍ତ ଚଳାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe