ସ୍କୁଟି-ବାଇକ ମୁଁହାମୁହିଁ ଧକ୍କା: ଜଣେ ମୃତ, ତିନି ଗୁରୁତର

Advertisment
ସ୍କୁଟି-ବାଇକ ମୁଁହାମୁହିଁ ଧକ୍କା: ଜଣେ ମୃତ, ତିନି ଗୁରୁତର

ରାଉରକେଲା: ରଜ ମଉଜ କରିବାକୁ ମାଂସ ଆଣିବାକୁ ବାଇକରେ ଯାଉଥିଲେ ତିନି ସାଙ୍ଗ। କୁକୁଡ଼ା କିଣି ଫେରିବା ବେଳେ ବାଟରେ ଆଉ ଜଣେ ସାଙ୍ଗ ସମ୍ବାରୁ ନାଏକ ଦେଖା ହୋଇଗଲା। ୪ ଜଣ ସାଙ୍ଗ ବାଇକରେ ଆସୁଥିବା ବେଳେ ସାମ୍ନା ପଟୁ ଆସୁଥିବା ଏକ ସ୍କୁଟି ସହ ପିଟି ହୋଇ ଯାଇଥିଲା। ଫଳରେ ମାନ ଦେହୁରୀ ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ସ୍କୁଟିରେ ଥିବା ଦୁଇ ଜଣଙ୍କ ସମେତ ପାଞ୍ଚ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ଏହି ଦୁର୍ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ମହୁଲପଦା ଥାନା ଅନ୍ତର୍ଗତ ମୁକୁଳାପାଣି ଗ୍ରାମ ନିକଟରେ। ଆହତ ଯୁବକମାନେ ହେଲେ ସମ୍ବାରୁ ନାଏକ, କାର୍ତ୍ତିକ ନାଏକ, ପରେସ ମୁଣ୍ଡା, ଚନ୍ଦନ ନାଏକ ଏବଂ ଜେଠୁ ଠାକୁର। ପୋଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe