ଗଡ଼ଖୋର୍ଦ୍ଧା ଛକରେ ସଡ଼କ ଦୁର୍ଘଟଣା; ଜଣେ ମୃତ, ଦୁଇ ଗୁରୁତର

Advertisment
ଗଡ଼ଖୋର୍ଦ୍ଧା ଛକରେ ସଡ଼କ ଦୁର୍ଘଟଣା; ଜଣେ ମୃତ, ଦୁଇ ଗୁରୁତର

ଖୋର୍ଦ୍ଧା: ୧୬ ନମ୍ବର ଜାତୀୟ ରାଜପଥର ଗଡ଼ଖୋର୍ଦ୍ଧା ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।

publive-image

ଗଡ଼ଖୋର୍ଦ୍ଧା ନିକଟରେ ରାଜ୍ୟ ସଡ଼କ ପରିବହନ କର୍ତୃପକ୍ଷର ଏକ ଟିମ୍ ଆଜି ନିଜର ଗାଡ଼ି (ଓଡି୦୨ ବିଟି ୫୭୩୬) ନେଇ ଜାତୀୟ ରାଜପଥ ଉପରେ ଥିବା ସିସିଟିଭି ମରାମତି କରୁଥିଲେ। ପୂର୍ବାହ୍ଣ ପ୍ରାୟ ସାଢ଼େ ୧୧ଟା ବେଳେ  ଏହି ସମୟରେ ଭୁବନେଶ୍ୱରରେ ମାଛ ଯୋଗାଇ ଟାଙ୍ଗୀ ଫେରୁଥିବା ଏକ ପିକ୍ଅପ୍ ଭ୍ୟାନ୍ (ଓଡି ୩୩ ଏଜି ୦୮୮୫) ଦ୍ରୁତଗତିରେ ଆସି ସଡ଼କ ପରିବହନ କର୍ତୃପକ୍ଷର ଗାଡ଼ିକୁ ପଛପଟୁ ଧକ୍କା ଦେଇଥିଲା। ଧକ୍କାର ବେଗ ଏତେ ତୀବ୍ର ଥିଲା ଯେ ସଡ଼କ ପରିବହନ ଗାଡ଼ଟି ଉପରକୁ ଉଠିଯିବା ସହ ପିକ୍ଅପ୍ ଭ୍ୟାନ୍ଟି ଭାଙ୍ଗି ଚୂରମାର ହୋଇଯାଇଥିଲା। ଘଟଣାସ୍ଥଳରେ ହିଁ ଜଣକର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୦-୩୦ ମିନିଟ୍ ପରେ ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଂଚି ପାୱାର କଟ୍ଟର ଗାଡ଼ିଟିକୁ କାଟିବା ସହ କ୍ରେନ୍ ସହାୟତାରେ ଅନ୍ୟ ଗାଡ଼ିଟିକୁ ଉଠାଇଥିଲେ । ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ବ୍ୟକ୍ତି ଜଣକ ହେଲେ ଟାଙ୍ଗୀ ଥାନା ମୂଳଝରଗଡ଼ର ହରସଦ ଅଲ୍ଲୀ ଖାଁ (୪୧) । ଆହତ ହୋଇଥିବା ବ୍ୟକ୍ତି ଦୁଇଜଣ ହେଲେ ମୂଳଝରଗଡ଼ର ତବରେଜ ଅଲ୍ଲୀ ଖାଁ (୩୩) ଓ ମେହେରାମପୁରର ଇକବାଲ୍ ଖାଁ ଓରଫ ବୁଲୁ (୩୪)। ତବରେଜ୍ ଓ ଇକବାଲ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ବେଳେ ଖୋର୍ଦ୍ଧା ଟାଉନ ଥାନା ପୁଲିସ ଏନେଇ ୨୫୬/୨୦୨୩ରେ ଏକ ମାମଲା ରୁଜୁ କରି ଅନୁସନ୍ଧାନ ଚଳାଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe