ଟ୍ରକ୍‌ ଧକ୍କାରେ ବାଇକ ଚାଳକ ମୃତ, ଜଣେ ଆହତ, ରାସ୍ତାରୋକ

Advertisment
ଟ୍ରକ୍‌ ଧକ୍କାରେ ବାଇକ ଚାଳକ ମୃତ, ଜଣେ ଆହତ, ରାସ୍ତାରୋକ

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଲଖନପୁରଠାରେ ଶନିବାର ପୂର୍ବାହ୍ନ ୧୧ଟା ସମୟରେ ଏକ ଟ୍ରକ୍‌ ଧକ୍କାରେ ଜଣେ ବାଇକ ଚାଳକ ଜଗବୀର ସିଂହଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଉଲୁଣ୍ଡା ପଟରୁ ଏକ ବାଇକ ଯୋଗେ ଦୁଇ ଜଣ ଯୁବକ ବିନିକା ଆଡକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ବାଲି ବୋଝେଇ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଦୁଇ ଜଣ ଯାକ କିଛି ଦୂରକୁ ଛିଟିକି ପଡିଥିଲେ ଓ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଦମକଳ କର୍ମଚାରୀମାନେ ଆସି ଉଦ୍ଧାର କରି ବିନିକା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଆହତ ଜଗବୀର ସିଂହଙ୍କୁ ବୁର୍ଲା ଡାକ୍ତରଖାନାରେ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜଗବୀରଙ୍କ ଘର ରାଜସ୍ଥାନ ହୋଇଥିବା ବେଳେ ସେ ଶ୍ରମିକ ଭାବେ ସିଣ୍ଢୋଲରେ କାମ କରୁଥିଲେ। ଅନ୍ୟ ଜଣେ ଆହତଙ୍କ ନାମ ନିହାଲ ସିଂହ ବୋଲି ଜଣାଯାଇଛି।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳବାସୀ ଲଖନପୁର ପାଖରେ ରାସ୍ତାରୋକ କରିଥିଲେ। ଏଠାରେ ରାସ୍ତା ସଙ୍କୁଚିତ ଯୋଗୁଁ ବାରମ୍ବାର ଦୁର୍ଘଟଣା ହେଉଥିବାରୁ ତୁରନ୍ତ ରାସ୍ତା ପ୍ରଶସ୍ତ କରାଯିବାକୁ ଦାବି କରାଯାଇଥିଲା। ବୀରମହାରାଜପୁର ଏସ୍‌ଡିପିଓ ଧୀରୋଜ ଚୋପଦାର ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ବିଭାଗୀୟ ଜେଇ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାସ୍ଥଳକୁ ବ୍ଲାକ୍‌ସ୍ପଟ ଘୋଷଣା କରିଥିଲେ। ଚିଫ୍‌ ଇଜିନିୟର ଦୁର୍ଘଟଣାସ୍ଥଳରେ ଯାହା ଆବଶ୍ୟକ ସେନେଇ ପୁଲିସ ସହ ମିଶି କାମ କରାଯିବ ବୋଲି ପ୍ରତିଶ୍ରୁତି ଦେବାରୁ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe