କଣ୍ଟେନରରେ ପିଟିହେଲା ବାଇକ୍, ଜଣେ ମୃତ, ଜଣେ ଆହତ

Advertisment
ବଜ୍ରପାତରେ ଜଣେ ମୃତ

The Indian Express

ଭବାନୀପାଟଣା: ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଦେପୁର ନିକଟରେ ଏକ ଟ୍ୟାଙ୍କର ଓ ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇ ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ଗୋପୀନାଥପୁର ନିକଟରେ ଆଜି ଏକ ଦୁର୍ଘଟଣା ଘଟିଛି। ଅଟଳ ନାଏକ ଓ ଜଗା ସାହୁ ଏକ ବାଇକ୍‌  (ଓଡି ୧୮ଇ-୭୨୨୬)ରେ ଭବାନୀପାଟଣାରୁ ମୁନିଗୁଡ଼ା‌ ଅଭିମୁଖେ ଯାଉଥିବା ବେଳେ ଗୋପୀନାଥପୁର ନିକଟରେ ଏକ କଣ୍ଟେନରରେ ପଛରେ ପିଟି ହୋଇଥିଲେ। ଫଳରେ ଘଟଣାସ୍ଥଳରେ ଜଗା ସାହୁଙ୍କ ମୃତ୍ୟୁ ଘଟିଥିଲା। ଅଟଳ ଗୁରୁତର ହୋଇଥିବା ବେଳେ ତାଙ୍କୁ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ପରିଚୟ ମିଳିପାରି ନଥିବା ବେଳେ ଖବରପାଇ ଭବାନୀପାଟଣା ସଦର ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe