ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

Advertisment
ସର୍ପାଘାତରେ ନାବାଳିକା ମୃତ

ବ୍ରଜରାଜନଗର: ବ୍ରଜରାଜନଗର ଅଞ୍ଚଳରେ ଶନିବାର ଏକ ଦୁର୍ଘଟଣା ଘଟି ସୁଶୀଲ ଜୟପୁରିଆ ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନୁଭବ କୁମ୍ଭାର ଗୁରୁତର ଆହତ ହୋଇଥିଲେ। ତେବେ କେଉଁଠି, କେତେବେଳେ ଓ କିପରି ଦୁର୍ଘଟଣା ଘଟିଲା ତାହା ଜଣାପଡ଼ି ନଥିଲା। ମାତ୍ର ରବିବାର ଦୁର୍ଘଟଣା ସ୍ଥଳ ଓରିଏଣ୍ଟ କାଗଜକଳ ଭିତର ୭ ଓ ୮ ନମ୍ବର ପୁରୁଣା ବଏଲର ବୋଲି ପୁଲିସ ସ୍ପଷ୍ଟ କରିଛି। ଆଜି ଏ ନେଇ ବ୍ରଜରାଜନଗର ଏସ୍ଡିପିଓ ଗୁପ୍ତେଶ୍ଵର ଭୋଇ, ଥାନାଧିକାରୀ ପ୍ରଦ୍ୟୁମ୍ନ ସ୍ୱାଇଁ ସାଇଣ୍ଟିଫିକ ଟିମ ସହିତ ମିଲ ଭିତରକୁ ଯାଇଥିଲେ। ମୃତାହତଙ୍କ ସହ ଥିବା ଅନ୍ୟ ଜଣେ ଯୁବକକୁ ଧରି ପୁଲିସ୍ ପଚରାଉଚରା କରିବାରେ ଘଟଣାଟି ସାମ୍ନାକୁ ଆସିଥିଲା।

ସେମାନେ ୩ ଜଣ ମିଶି ଚୋରି କରିବାକୁ ମିଲ୍ ଭିତରକୁ ପଶିଥିଲେ। ବଏଲର୍ରେ କେବୁଲ୍ ଚୋରି କରିବାକୁ କାଟୁଥିବା ବେଳେ ଉପରୁ ସିମେଣ୍ଟ ବାଲ୍କୋନି ଭାଙ୍ଗିଯିବାରୁ ଏହି ଦୁର୍ଘଟଣା ଘଟିଥିବା ସେ କହିଥିଲା। ଅଭିଯୁକ୍ତମାନେ ମିଲ୍ର ଛାଇ ଗେଟ୍ ପାଚେରି ଡେଇଁ ଭିତରେ ପଶିଥିବା ପୁଲିସ ଅନୁସନ୍ଧାନରୁ ଜାଣିବାକୁ ପାଇଛି। ମୃତ ସୁଶୀଲର ଘର ବାଗଡିହି ଓ ସେ ଶାସ୍ତ୍ରୀନଗରରେ ନିଜ ସମ୍ପର୍କୀୟଙ୍କ ଘରକୁ ଆସିଥିଲା। ଘଟଣା ଗତକାଲି ଅପରାହ୍ଣ ୪ଟାରେ ଘଟିଛି। ଆଜି ଶବ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe