ବାହାଘର ପାଇଁ ଚାଲିଥିଲା ଟେଣ୍ଟ କାମ: ବିଦ୍ୟୁତ୍ ଆଘାତରେ ଜଣେ ମୃତ, ଜଣେ ଗୁରୁତର

Advertisment
ବାହାଘର ପାଇଁ ଚାଲିଥିଲା ଟେଣ୍ଟ କାମ: ବିଦ୍ୟୁତ୍ ଆଘାତରେ ଜଣେ ମୃତ, ଜଣେ ଗୁରୁତର

India Parenting

ଗୋଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଫୁଣ୍ଡା ଗ୍ରାମରେ ବାହାଘର ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଏକ ଅଭାବନୀୟ ଘଟଣା ଘଟିଛି। ଟେଣ୍ଟ କାମ ଚାଲିଥିବା ସମୟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଦୁଇ ଜଣ ଗୁରୁତର ହୋଇଥିଲେ। ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଜୁନାଗଡ଼ ଡାକ୍ତରଖାନାକୁ ନିଆଯାଇଥିଲା।

ସେଠାରେ ଭବାନୀପାଟଣା ନକଟିକାନି ପଡ଼ାର ହିମାଂଶୁ ନାଏକଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଗୁରୁତରଙ୍କ ପରିଚୟ ଜଣାପଡ଼ିନଥିବା ବେଳେ ଚିକିତ୍ସା ଜାରି ରହିଛି। ତେବେ ଏହି ଟେଣ୍ଟଟି ଭବାନୀପାଟଣାରୁ ଆସିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe