ବଜ୍ରପାତରେ ଜଣେ ମୃତ

ବଜ୍ରପାତରେ ଜଣେ ମୃତ

The Indian Express

ଡୁଡୁକା: ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ୍ ବାବୁଫାସଡ଼ ପଞ୍ଚାୟତ ଝାରବନ୍ଧଲି ଗ୍ରାମରେ ଶୁକ୍ରବାର ବଜ୍ରପାତ ହେବାରୁ ବିଜେକର ଗଡ଼ତ୍ୟା (୪୫ବର୍ଷ)ଙ୍କ ମୃତ୍ୟୁ ଘଟିଛି। ବିଜେକର ଶୁକ୍ରବାର ବଳଦ ଓ ମେଣ୍ଢା ଚରାଇବାକୁ ଯାଇଥିଲେ। ଅପରାହ୍ଣ ପ୍ରାୟ ୪ଟା ବେଳେ ହଠାତ କାଳବୈଶାଖୀ ମାଡ଼ି ଆସିଥିଲା। ସେ ଏକ ଗଛତଳେ ଆଶ୍ରୟ ନେଇଥିଲେ।

ଏହି ସମୟରେ ବଜ୍ରାପାତ ହେବାରୁ ସେ ଟଳି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଆଗଲପୁର ସିଏଚସିକୁ ଅଣାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଗଲପୁର ଫାଣ୍ଡି ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବଲାଙ୍ଗୀର ଡାକ୍ତରଖାନା ପଠାଇଛି। ସରପଞ୍ଚ ଜୟନ୍ତୀ ସେଠ ଓ ପିଇଓ ପ୍ରବୀଣ ପାଣିଗ୍ରାହୀ ମୃତକଙ୍କ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe