ରଥଯାତ୍ରାରେ ଆଉ ଏକ ଅଘଟଣ: ଶ୍ରଦ୍ଧାଳୁଙ୍କ ଉପରେ ଚଢ଼ିଗଲା ରଥ

Advertisment
ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ସନ୍ଦେହ

PNGkit

ଝାରସୁଗୁଡା: ମହାପ୍ରଭୁଙ୍କ ରଥଯାତ୍ରାରେ ଆଜି ୨ଟି ଅଘଟଣ ଘଟିଛି। ରଥଟଣା ବେଳେ ଭିନଭିନ୍ନ ୨ଟି ସ୍ଥାନରେ ଦୁଇ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି। ଗୋଟିଏ ଘଟଣା ପୁରୀରେ ଘଟିଛି। ଅନ୍ୟ ଘଟଣାଟି ଝାରସୁଗୁଡ଼ା ଜିଲ୍ଲା କୁକୁଜଂଘା ଗାଁରେ ଘଟିଛି।

ସୂଚନା ଅନୁସାରେ କୁକୁଜଂଘା ଗାରେ ରଥ ଟଣା ବେଳେ ଅଘଟଣ ଘଟିଥିଲା। ଆଜି ସନ୍ଧ୍ୟା ସମୟରେ ରଥ ଟାଣିବା ସମୟରେ ଏକ ପାର୍ଶ୍ଵକୁ ରଥ ଗଡ଼ି ଯାଇଥିଲା। ଫଳରେ ଜଣେ ଶ୍ରଦ୍ଧାଳୁ ତଳେ ପଡ଼ିଯିବାରୁ ତାଙ୍କ ଉପରେ ରଥ ଚଢ଼ି ଯାଇଥିଲା। ଗୁରୁତର ଅବସ୍ଥା ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ଚିକିତ୍ସିତ ଅବସ୍ଥାରେ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତକ ଜଣକ ହେଲେ ଶ୍ୟାମ ସୁନ୍ଦର କିଷାନ (୪୫)।

ପୁରୀରେ ଆଜି ସନ୍ଧ୍ୟା ୫ଟା ପୂର୍ବରୁ ରଥଟଣା ଆରମ୍ଭ ହୋଇଥିଲା। ସର୍ବ ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ବଜକୁ ଶରଧାବାଲି ଅଭିମୁଖେ ଟଣାଯାଇଥିଲା। ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ବେଳକୁ ତାଳଧ୍ବଜ ମରିଚିକୋଟ ଛକରେ ପହଞ୍ଚିବା ପରେ ବାଟରେ ଅଘଟଣ ଘଟିଥିଲା। ଜଣେ ଶ୍ରଦ୍ଧାଳୁ ଭିଡ଼ ଭିତରେ ଅଚେତ ହୋଇଯାଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ ଜିଲ୍ଳା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି। ରିପୋର୍ଟ ଲେଖାଯିବା ବେଳକୁ ମୃତ ଶ୍ରଦ୍ଧାଳୁଙ୍କର ପରିଚୟ ମିଳିପାରି ନାହିଁ। ଅନ୍ୟପଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣା ସଂପର୍କରେ ଅବଗତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe