ବସ୍‌ ପଛ‌ରେ ପିଟିଲା ଟ୍ରକ୍‌: ହେଲପର୍‌ ମୃତ, ୫ ଯାତ୍ରୀ ଆହତ

Advertisment
ବସ୍‌ ପଛ‌ରେ ପିଟିଲା ଟ୍ରକ୍‌: ହେଲପର୍‌ ମୃତ, ୫ ଯାତ୍ରୀ ଆହତ

ପାଳଲହଡ଼ା : ପାଳଲହଡ଼ା ଥାନା ଡିମିରିଆ ଛକଠାରେ ଆଜି ଭୋର ପ୍ରାୟ ୩ଟାବେଳେ ଛିଡ଼ା ହୋଇଥିବା ଏକ ବସ୍‌ ପଛରେ ଏକ ମାଲ୍‌ବାହୀ ଟ୍ରକ୍‌ ଧକ୍କା ହେବାରୁ ଘଟଣାସ୍ଥଳରେ ବସ୍‌ ହେଲପର୍‌ଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ବସ୍‌ ଯାତ୍ରୀ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ବାଲେଶ୍ବରରୁ ବରଗଡ଼ ଯାଉଥିବା ଶ୍ରୀରାମଜୀ ନାମକ ଯାତ୍ରୀବାହୀ ବସ୍‌ (ଓଡି ୦୧ବି-୧୧୮୭) ପାଳଲହଡ଼ା ଟାଉନରୁ ୩ କିମି ଦୂର ୧୪୯ ନମ୍ବର ଜାତୀୟ ରାଜପଥ ଡିମିରିଆ ଛକ ରାସ୍ତା କଡ଼ରେ ଛିଡ଼ା ହୋଇଥିଲା। କେତେକ ଯାତ୍ରୀ ପରିସ୍ରା କରିବାକୁ ଯାଇଥିଲେ। ଅନେକ ଯାତ୍ରୀ ବସ୍‌ ଭିତରେ ଥିଲେ। ବସ୍‌ ହେଲପର୍‌ ପ୍ରଶାନ୍ତ ମିଶ୍ର ଚାରିପାଖେ ବୁଲି ଗାଡ଼ିର ଚକ ପରଖୁଥିଲେ। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ଲୁହାପଥର ବୋଝେଇ ଟ୍ରକ୍‌ (ଓଡି-୦୯ଜି– ୫୧୨୯) ବସ୍‌କୁ ପଛରୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହେଲପର୍‌ ପ୍ରଶାନ୍ତଙ୍କର ମୃତ୍ୟୁ ଘଟିଥିଲା। ବସ୍‌ର ୫ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ପାଳଲହଡ଼ା ଦମକଳ ବାହିନୀ ଓ ପୁଲିସ ପହଞ୍ଚି ଆହତ ଯାତ୍ରୀମାନଙ୍କୁ ଉଦ୍ଧାରକରି ପାଳଲହଡା ଡାକ୍ତରଖାନାରେ ଭର୍ତି କରିଥିଲେ। ଆହତ ଯାତ୍ରୀଙ୍କ ମଧ୍ୟରୁ ନୂଆପଡ଼ା ଜିଲ୍ଲା ଭାନପୁର ଗ୍ରାମର ମୁଙ୍ଗୁଲି ବରିହାଙ୍କ ଗୋଡ଼ ଭାଙ୍ଗିଯାଇଥିବା ବେଳେ ବେକରେ ଗଭୀର ଆଘାତ ଲାଗିଛି। ପୁଲିସ ଉକ୍ତ ଟ୍ରକ୍‌ ଓ ବସ୍‌କୁ ଜବତ କରିବା ସହ ହେଲପର୍‌ ପ୍ରଶାନ୍ତଙ୍କ ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପ୍ରଶାନ୍ତଙ୍କ ଘର ବାଲେଶ୍ବର ଟାଉନରେ। ବସ୍‌ରେ ହେଲପର୍‌ କା‌ର୍ଯ୍ୟକରି ସେ ପରିବାର ଚଳାଉଥିଲେ। ସରକାରଙ୍କ ପକ୍ଷରୁ ତାଙ୍କ ପରିବାରକୁ ସହାୟତା ପ୍ରଦାନ କରାଯିବାକୁ ପରିବାର ସଦସ୍ୟ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe