ପରିବା କ୍ଷେତରେ ଘେରାଯାଇଥିବା ବିଜୁଳି ତାର ସଂସ୍ପର୍ଶରେ ଆସି ଜଣେ ମୃତ; ୪ଜଣ ଆହତ

ପରିବା କ୍ଷେତରେ ଘେରାଯାଇଥିବା ବିଜୁଳି ତାର ସଂସ୍ପର୍ଶରେ ଆସି ଜଣେ ମୃତ; ୪ଜଣ ଆହତ

କୁକୁଡ଼ାଖଣ୍ଡି: ଗତରାତିରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଗୁଠବନ୍ଧ ଗାଁ’କୁ ଲାଗିଥିବା ପରିବା କ୍ଷେତରେ ଘେରାଯାଇଥିବା ବିଜୁଳି ପ୍ରବାହିତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ୪ଜଣ ଆହତ ହୋଇଛନ୍ତି। ଉକ୍ତ ତା’ର ସଂସ୍ପର୍ଶରେ ଆସି ଗୋଟାଏ ବୁଲା କୁକୁର ମଧ୍ୟ ମରିଯାଇଥିବା ଜଣାପଡ଼ିଛି।

ମୃତ ବ୍ୟକ୍ତିଜଣକ ହେଉଛନ୍ତି ୪୨ ବର୍ଷିୟ ଦୁର୍ଯ୍ୟୋଧନ ମଳିକ। ଆହତ ବ୍ୟକ୍ତିମାନେ ହେଉଛନ୍ତି ସଦାନନ୍ଦ ଷଣ୍ଢ, କାଲୁ ବିଶୋୟୀ, ବାବୁଲା ପାତ୍ର ଓ ଜିତେନ୍ଦ୍ର ଦଳାଇ।

ପ୍ରାପ୍ତ ସୂଚନା ଅନୁସାରେ, ଦକ୍ଷିଣପୁର ଓ୍ଵାଟର୍‌ ଟ୍ରିଟ୍‌ମେଣ୍ଟ୍‌ ପ୍ଲାଣ୍ଟ୍‌ ନିକଟରେ ଥିବା କ୍ଷେତରେ ଜନୈକ ବ୍ୟକ୍ତି ପନିପରିବା ଚାଷ କରିଛନ୍ତି। ବଣୁଆ ବାର୍‌ହା ଉପଦ୍ରବରୁ ଫସଲ ରକ୍ଷା କରିବାକୁ ସେ ବ୍ୟକ୍ତିଜଣକ କ୍ଷେତ ଚାରିପଟରେ ଧାତବ ତାର ଘେରାଇ ରାତିରେ ସେଥିରେ ବିଜୁଳି ସଂଯୋଗ କରିଦିଅନ୍ତି।

publive-image

ପରିବା କ୍ଷେତ ପାଖରେ ଥିବା ଅନ୍ୟ କ୍ଷେତରେ କିଛି ଲୋକ ବିରି ଚାଷ କରିଥିଲେ। ବିରି ବିଲରୁ ବାର୍‌ହା ଘଉଡ଼ାଇବାକୁ ଉପରୋକ୍ତ ୫ଜଣ ବ୍ୟକ୍ତି ରାତିରେ ସେଠାକୁ ଯାଇଥିଲେ। ରାତି ପ୍ରାୟ ୧୨: ୩୦ ମିନିଟ୍‌ରେ ସେମାନେ ସେଠାରୁ ଫେରିବା ବେଳେ ପରିବା କ୍ଷେତରେ ବେଢ଼ାଯାଇଥିବା ବିଜୁଳି ପ୍ରବାହିତ ତାର ସଂସ୍ପର୍ଶରେ ଆସି ଚିତ୍କାର କରିଥିଲେ। ସେମାନଙ୍କ ପାଟି ଶୁଣି ଗାଁ ଲୋକେ ଧାଇଁ ଆସିଥିଲେ। କିନ୍ତୁ, ସେତେବେଳକୁ ଦୁର୍ଯ୍ୟୋଧନଙ୍କର ମୃତ୍ୟୁ ଘଟି ସାରିଥିଲା।

ଚିକିତ୍ସା ନିମନ୍ତେ ଗାଁ ଲୋକେ ଆହତମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର ସିଟି ହସ୍‌ପିଟାଲ୍‌ରେ ଭର୍ତ୍ତି କରିଛନ୍ତି।

ଘଟଣା ସଂକ୍ରାନ୍ତରେ ପୁଲିସକୁ ଖବର ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe