ବାଘ ଆକ୍ରମଣରେ ଜଣେ ମୃତ!

ରେବଣା ଜଙ୍ଗଲରେ ବାଘ ଆତଙ୍କ: ପୁଣି ମଇଁଷି ଶିକାର କଲା ମହାବଳ

Image Courtesy of India Today

ନାକଟିଦେଉଳ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ସାହେବି ପଞ୍ଚାୟତ ଅନ୍ତର୍ଗତ ଧଣ୍ଡମୁଣ୍ଡା ନିକଟସ୍ଥ ଜଙ୍ଗଲରେ ଶୁକ୍ରବାର ସକାଳେ ମାନକୁଣ୍ଡା ଗ୍ରାମର ସାଦ ମୁଣ୍ଡା (୫୮)ଙ୍କ ଶବ ଉଦ୍ଧାର କରାଯାଇଛି। ତେବେ ମୃତଦେହ ପଡ଼ିଥିବା ସ୍ଥାନ ଏବଂ ପାରିପାର୍ଶ୍ୱିକ ସ୍ଥିତିରୁ କୌଣସି ହିଂସ୍ର ଜନ୍ତୁ ଆକ୍ରମଣରେ ସାଦଙ୍କ ମୃତ୍ୟୁ ଘଟିଥିବା ବନ ବିଭାଗ ଅନୁମାନ କରୁଥିବା ବେଳେ ବାଘ ଆକ୍ରମଣରେ ତାଙ୍କ ମୃତ୍ୟୁ ହୋଇଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି।

ସୂଚନାନୁସାରେ, ଗୁରୁବାର ସକାଳେ ସାଦ ମଇଁଷି ନେଇ ଚରାଇବାକୁ ଜଙ୍ଗଲକୁ ଯାଇଥିଲେ। ମାତ୍ର ସନ୍ଧ୍ୟାରେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ହେଁ ତାଙ୍କର କୌଣସି ସନ୍ଧାନ ମିଳି ନଥିଲା। ଶୁକ୍ରବାର ସକାଳେ ପୁଣି ଖୋଜାଖୋଜି କରୁଥିବା ବେଳେ ଘରଠାରୁ ୨୦୦ ମିଟର ଦୂରରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏ ନେଇ ଗ୍ରାମବାସୀ ସୂଚନା ଦେବା ପରେ ପୁଲିସ୍‌ ଓ ନାକଟିଦେଉଳ ରେଞ୍ଜର୍‌ ଅଶ୍ବିନୀ ବେହେରା ପହଞ୍ଚି ତଦନ୍ତ କରିଥିଲେ। ପରେ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରେଢ଼ାଖୋଲ ଡାକ୍ତରଖାନାକୁ ପଠାଯାଇଥିବା ଜଣାପଡ଼ିଛି। ବାଘ ଆକ୍ରମଣରେ ସାଦଙ୍କ ମୃତ୍ୟୁ ଘଟିଥିବା ଗ୍ରାମବାସୀ କହୁଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ୍ୟତା ଜଣାପଡ଼ିବ ବୋଲି ଉଭୟ ପୁଲିସ୍‌ ଓ ବନ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe