Image Courtesy of NDTV
ଖାରୀ: ସୁବର୍ଣ୍ଣପୁର ଜିଲ୍ଲା ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ କଦମତଲ ଛକ ନିକଟରେ ଅଜଣା ଗାଡ଼ି ଧକ୍କାରେ ତରଭା ଥାନା ଜୁରାବନ୍ଧ ଗ୍ରାମର ବିଶ୍ବମ୍ଭର ନାଏକ (୫୫)ଙ୍କ ମୃତ୍ୟୁ ଘଟିଛି। ବିଶ୍ବମ୍ଭର ଜୁରାବନ୍ଧରୁ ସାଇକଲ୍ରେ ସୋନପୁରକୁ ଯାଉଥିବା ବେଳେ ଆଜି ସକାଳେ କଦମତଲ ଛକ ନିକଟରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଫେରାର୍ ହୋଇଯାଇଥିଲା।
ଖବର ପାଇ ହରଡ଼ଖୋଲ ଫାଣ୍ଡି ଅଧିକାରୀ ଏକାଦଶିଆ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ବିଶ୍ବମ୍ଭରଙ୍କୁ ସୋନପୁର ଡାକ୍ତରଖାନା ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Follow Us