ଟ୍ରକ ପଛରେ ପିଟିଲା ଟ୍ରକ, ଜଣେ ମୃତ

ଦୁର୍ଘଟଣାରେ ଜଣେ ମୃତ

ସୁଲପୁର : ରବିବାର ସକାଳେ କୁଆଖିଆ ବଜାର ନିକଟରେ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ପଛରେ ଆଉ ଗୋଟିଏ ଟ୍ରକ୍ ପିଟି ହେବାରୁ ପଛ ଟ୍ରକ୍‌ର ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି।

ସୂଚନା ଅନୁସାରେ, ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଉଟୁଣିଆଁ ଗ୍ରାମର ଗୁଣନିଧି ପ୍ରଧାନ(୪୨) ଗୋପାଳପୁରରୁ କୋଇଡ଼ା ଅଭିମୁଖେ ଟ୍ରକ୍ (ଓଡି-୦୯ଭି-୧୩୩)ନେଇ ଯାଉଥିଲେ। କୁଆଖିଆ ବଜାର ପୂର୍ବରୁ ଏକ ଟ୍ରକ୍ ଡିଭାଇଡରରେ ପିଟି ହୋଇ ସେଠାରେ ଛିଡ଼ା ହୋଇଥିଲା। ଗୁଣନିଧିଙ୍କ ଗାଡ଼ି ସମ୍ମୁଖକୁ ଏକ ଗାଈ ପଶି ଆସିବାରୁ ସେ ନିୟନ୍ତ୍ରଣ ହରାଇ ପୂର୍ବରୁ ଛିଡ଼ା ହୋଇଥିବା ଟ୍ରକ୍ ପଛରେ ଧକ୍କା ଦେଇଥିଲେ। ଘଟଣା ସ୍ଥଳରେ ଟ୍ରକ୍‌ ଚାଳକ ଗୁଣନିଧିଙ୍କର ମୃତ୍ୟୁ ହୋଇଥିଲା। କୁଆଖିଆ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ମୃତ ଗୁଣନିଧିଙ୍କ ବଡ଼ଭାଇ ହେମନ୍ତ ପ୍ରଧାନ ଏନେଇ କୁଆଖିଆ ଥାନାରେ ଏତଲା ଦେଇଛନ୍ତି। କେସ୍‌ ନମ୍ବର ୧୬୩/୨୩ରେ ମାମଲା ରୁଜୁ ହୋଇଛି। ଏସ୍‌ଆଇ ଅନିତା ପ୍ରଧାନ ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe