ବାଇକ୍‌ ଟ୍ରକ୍‌ ଧକ୍କା, ଜଣେ ମୃତ

Advertisment
ଦୁର୍ଘଟଣା ନେଲା ୮ ଜୀବନ: ସ୍କୁଟି-ବାଇକ୍ ମୁହାଁମୁହିଁ, ୪ ମୃତ

ହରଭଙ୍ଗା/ଧଳପୁର: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଜାତୀୟ ରାଜପଥ ୫୭ର ଡିଗସିରା ନିକଟରେ ରବିବାର ଅପରାହ୍ଣରେ ବାଇକ୍‌ ଓ ଟ୍ରକ୍‌ ଧକ୍କା ହେବାରୁ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ ରାମଚନ୍ଦ୍ର ଦାସ।

ସୂଚନାନୁସାରେ, ରୁଗୁଡ଼ିପାଲି ଗ୍ରାମର ରାମଚନ୍ଦ୍ର ଦାସ ବାଇକ୍‌ (ଓଡି୨୭ଡି-୧୧୮୩)ରେ ଫୁଲବାଣୀ ଡାକ୍ତରଖାନାକୁ ଯାଉଥିବା ବେଳେ ଡିଗସିରା ନିକଟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ୍‌ ଧକ୍କା ଦେଇଥିଲା। ଗୁରୁତର ରାମଚନ୍ଦ୍ରଙ୍କୁ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରି ପୁରୁଣାକଟକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁରୁଣାକଟକ ପୁଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ବାଇକ୍‌ ଜବତ କରିବା ସହ ତଦନ୍ତ କରୁଥିବା ଥାନା ଅଧିକାରୀ ରଂଜିତ ମୁନି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe