ଦୁଇ ବାଇକ ଧକ୍କା: ଜଣେ ମୃତ, ଜଣେ ଗୁରୁତର

Advertisment
କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

ଝରିଗାଁ: ନବରଂଗପୁର ଜିଲ୍ଲା ଝରିଗାଁ ଥାନା ଅନ୍ତର୍ଗତ କନ୍ଧଗୁଡ଼ାଛକ ନିକଟରେ ଦୁଇ ବାଇକ ଧକ୍କା ହେବା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବା ଅନ୍ୟ ଜଣେ ଗୁରୁତ୍ୱର ଗୁରୁତର ହୋଇଥିବା ଜଣାପଡ଼ିଛି।

ସୂଚନା ପ୍ରକାରେ ଫୁଫୁଗାଁ ଗ୍ରାମର ଜଳଧର କଳାର(୩୦) ଏବଂ ଗଣପତି କଳାର (୨୮) ନିଜ ବାଇକ ଯୋଗେ ଧାମନାଗୁଡା ପଞ୍ଚାୟତ ଅନ୍ତର୍ଗତ କୁଟୁବାଇରେ ରହୁଥିବା ନିଜ ଝିଆରୀ ଘରକୁ କୌଣସି ଏକ କାମରେ ଯାଇଥିଲେ। ସନ୍ଧ୍ୟା ସମୟରେ ଘରକୁ ଫେରିବା ସମୟରେ କନ୍ଧଗୁଡ଼ା ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ସହ ଧକ୍କା ହେବା ଯୋଗୁଁ ଦୁଇ ଜଣ ଛିଟିକି ହୋଇ ରାସ୍ତା କଡରେ ପଡି ଯାଇଥିଲେ। ଗଣପତି କଳାରର ମୁଣ୍ଡରେ ପ୍ରବଳ ଆଘାତ ହୋଇଥିବା ବେଳେ ଜଳଧର କଳାରର ଶରୀରର ବିଭିନ୍ନ ସ୍ଥାନରେ ଆଘାତ ହୋଇଥିଲା। ଦୁର୍ଘଟଣା ପରେ ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ଆମ୍ବୁଲାନ୍ସ ଯୋଗେ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ତେବେ ଡାକ୍ତର ସୁରଭିତ ନାଇକ ଗଣପତି କଳାରଙ୍କୁ ମୃତ ଘୋଷଣା କରିଥିବା ବେଳେ ଜଳଧର କଲର ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe