ଦ୍ରୁତଗତିରେ ଗଛରେ ପିଟି ହୋଇ ୫୦ ଫୁଟ ଉପରକୁ ଉଡ଼ିଲା କାର୍‌, ଜଣକର ମୃତ୍ୟୁ

Advertisment
ଦ୍ରୁତଗତିରେ ଗଛରେ ପିଟି ହୋଇ ୫୦ ଫୁଟ ଉପରକୁ ଉଡ଼ିଲା କାର୍‌, ଜଣକର ମୃତ୍ୟୁ

ମାଲକାନଗିରି: ମାଥିଲି ଥାନା ଅଂଚଳରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ କାର ଚାଳକଙ୍କ ମୃତ୍ୟୁ ହୋଇଛି। ଘଟଣା ଅନୁଯାୟୀ ମାଲକାନଗିରି ବ୍ଲକ ଅନ୍ତର୍ଗତ ଏମଭ-୧୧ର ତାପଶ କୁମାର ମିତ୍ର ନାମକ ବ୍ୟକ୍ତି ମାଥିଲି ବ୍ଲକର ପାଙ୍ଗାମ ଗ୍ରାମରେ ରହୁଥିଲେ। ଆଜି କୌଣସି କାମରେ ସେ ନିଜର ଜ୍ବାଇଁର କାର ସିଜି-୧୮-ସି-୦୬୭୫ ନମ୍ବର ବିହୀନ କାର ନେଇ ମାଥିଲି ଯାଉଥିଲେ।

ତେବେ କାରଟି ମାଥିଲି ପହଞ୍ଚିବାକୁ ମାତ୍ର ଦୁଇ କିଲୋମିଟର ଥିବା ବେଳେ ବୁରୁଡିଗୁଡା ଛକ ନିକଟରେ ଏକ ଗଛକୁ ପିଟି ହୋଇଥିଲା। କାରଟି ଏତେ ଦ୍ରୁତଗତିରେ ଆସୁଥିଲା ଯେ କାରଟି ଗଛରେ ପିଟି ହେବା ପରେ ୫୦ ଫୁଟ ଉପରକୁ ଉଡିଥିଲା। କାରରୁ ପଦାକୁ ତାପସ ବାହାରି ପଡିଥିଲେ। ଘଟଣାସ୍ଥଳରେ ହିଁ ତାଂକର ମୃତ୍ୟୁ ହୋଇଯାଇଥିଲା।

ତୁରନ୍ତ ପୁଲିସ ଘଟଣାସ୍ଥାନରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ତାପସକୁ ଡାକ୍ତରଖାନା ନେଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ତାପସଙ୍କ ମରଶରୀର ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି। ଦୁର୍ଘଟଣାରେ କାରଟି ସଂପୂର୍ଣ୍ଣ ଚୁରମାର ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe