ଟ୍ରକ୍‌ ଧକ୍କା ଦେଲା ପରେ ଛଟପଟ ହେଉଥିଲେ ୨ ବାଇକ୍‌ ଆରୋହୀ; ଆସିଲାନି ଆମ୍ବୁଲାନ୍ସ, ଘରୋଇ ସଂସ୍ଥା ସହାୟତାରେ ଗଲେ ହସ୍ପିଟାଲ

ଟ୍ରକ୍‌ ଧକ୍କା ଦେଲା ପରେ ଛଟପଟ ହେଉଥିଲେ ୨ ବାଇକ୍‌ ଆରୋହୀ; ଆସିଲାନି ଆମ୍ବୁଲାନ୍ସ, ଘରୋଇ ସଂସ୍ଥା ସହାୟତାରେ ଗଲେ ହସ୍ପିଟାଲ

ରାଉରକେଲା: ଜାତୀୟ ରାଜପଥରେ ଦୁର୍ଘଟଣାରେ ଶିକାର ବ୍ୟକ୍ତିଙ୍କୁ ଶୀଘ୍ର ହସପିଟାଲ ପଠାଇବାକୁ ସରକାର 'ରକ୍ଷକ' ଯୋଜନାରେ ବହୁ ସଂସ୍ଥା ଏବଂ ଯୁବକଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି। ରାଉରକେଲାର ‘ମେ ଆଇ ହେଲ୍ପ ୟୁ’ ନାମକ ସାମାଜିକ ସଂସ୍ଥା ଆଜି ଏହାର ଉଦାହରଣ ସାଜିଛି। ରଘୁନାଥପାଲି ଥାନା ଅନ୍ତର୍ଗତ ତରକେରା ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ ଆଜି ଏକ ଦୁର୍ଘଟଣା ଘଟିଥିଲା। ଆହତଙ୍କୁ ହସପିଟାଲ ପହଞ୍ଚାଇବାକୁ ଆମ୍ବୁଲାନ୍ସ ଠିକ ସମୟରେ ପହଞ୍ଚି ପାରିନଥିଲା। ତେବେ ‘ମେ ଆଇ ହେଲ୍ପ ୟୁ’ ସଂସ୍ଥାର ସଦସ୍ୟ ମାନେ ନିଜ କାରରେ ତୁରନ୍ତ ଗୁରତର ଆହତ ଦୁଇ ଯୁବକଙ୍କୁ ଜେପି ହସପିଟାଲ ପହଞ୍ଚାଇ ଥିଲେ। ତେବେ ହସପିଟାଲ ନେବାବେଳେ ରାସ୍ତାରେ ତଥା ବ୍ରାହ୍ମଣୀ ବ୍ରିଜରେ ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଅବଶ୍ୟ ପାନପୋଷ ଏସଡିପିଓଙ୍କ ଉଦ୍ୟମ କ୍ରମେ ରାସ୍ତା କ୍ଲିୟର ହୋଇଥିଲା।

ସୂଚନା ଅନୁସାରେ ଜାତୀୟ ରାଜପଥରେ ୨ ଜଣ ବାଇକ୍‌ ଆରୋହୀ ଫର୍ଟିଲାଇଜରରୁ ରାଉରକେଲା ଅଭିମ‌ୁଖେ ଯାଉଥିଲେ। ତରକେରା ନିକଟରେ ସେମାନଙ୍କୁ ପଛପଟରୁ ଏକ ଦ୍ରୁତଗାମୀ ଟ୍ରକ ଆସି ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଦୁର୍ଘଟଣାର ଶିକାର ହେବା ପରେ ୨ ବାଇକ୍‌ ଆରୋହୀ ରାସ୍ତାରେ ପଡ଼ି ଛଟପଟ ହେଉଥିଲେ। ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। କିନ୍ତୁ ଆମ୍ବୁଲାନ୍ସ ପହଞ୍ଚି ପାରି ନଥିଲା। ତେବେ ଘରୋଇ ସଂସ୍ଥା ‘ମେ ଆଇ ହେଲ୍ପ ୟୁ’ ଦ୍ବାରା ୨ ବାଇକ୍‌ ଆରୋହୀଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଗୁରୁତର ୨ ଜଣଙ୍କର ପରିଚୟ ମିଳିପାରି ନଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe