ଆମ୍ବ ପର୍ବ ପାଇଁ ରାସ୍ତାରେ ଟଙ୍କା ମାଗୁଥିବା ବେଳେ ଦୁର୍ଘଟଣା; ଜଣେ ମୃତ, ୨ ଜଣ ଗୁରୁତର

Advertisment
ଆମ୍ବ ପର୍ବ ପାଇଁ ରାସ୍ତାରେ ଟଙ୍କା ମାଗୁଥିବା ବେଳେ ଦୁର୍ଘଟଣା; ଜଣେ ମୃତ, ୨ ଜଣ ଗୁରୁତର

ମାଲକାନଗିରି: ମାଲକାନଗିରି ଥାନା ଅଂଚଳରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ବର୍ତ୍ତମାନ ଆମ୍ବ ପର୍ବ ଚାଲିଥିବା ବେଳେ ଗାଁ ଗାଁରେ ଛୋଟରୁ ବଡ ପର୍ଯ୍ୟନ୍ତ ସମସ୍ତେ ରାସ୍ତାରେ ଦୌଡ଼ି କିମ୍ବା ବାଡ଼ି ପକାଇ ଯାତ୍ରୀଙ୍କ ଠାରୁ ଟଙ୍କା ଆଦାୟ କରୁଥିବା ବେଳେ ମଟର ସାଇକେଲ ଦ୍ରୁତ ଗତିରେ ଆସି ଶିଶୁମାନଙ୍କ ଉପରେ ଚଢ଼ି ଯିବାରୁ ଜଣକର ମୃତ୍ୟୁ ହୋଇଯାଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି।

ମାଲକାନଗିରି ଥାନା ଅନ୍ତର୍ଗତ ତାଣ୍ଡକି ପଂଚାୟତର ଗୁଟୁମଗୁଡା ଗ୍ରାମରେ କିଛି ଛୋଟ ପିଲା ରାସ୍ତାରେ ଏକ ଦୌଡ଼ି ବାନ୍ଧି ଯାତ୍ରୀଙ୍କ ଠାରୁ ଟଙ୍କା ଆଦାୟ କରୁଥିବା ବେଳେ ଏହି ରାସ୍ତା ଦେଇ ଏଜ ହିରୋ ହୋଣ୍ଡା ମାତ୍ର ସାଇକେଲ ଦ୍ରୁତ ଗତିରେ ଆସି ପିଲାଙ୍କ ଉପରେ ଚଢ଼ି ଯାଇଥିଲା, ଯାହାଫଳରେ ପ୍ରମିଳା ଦୁରୁଆ(୬)ଙ୍କ ମୃତ୍ୟୁ ହୋଇଥିବା ବେଳେ ନିତିଲା ଦୁରୁଆ(୫) ଏବଂ ପାର ପୋଡ଼ିଆମୀ(୬) ଗୁରୁତର ଆହତ ହୋଇଛନ୍ତି। ତୁରନ୍ତ ତିନିଜଣ ଶିଶୁଙ୍କୁ ମାଲକାନଗିରି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସିତ ଅବସ୍ଥାରେ ପ୍ରମିଲର ମୃତ୍ୟୁ ହୋଇଯାଇଥିଲା। ଅନ୍ୟ ଦୁଇଜଣ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମଟର ସାଇକେଲ ଆରୋହିକୁ ଅଟକ ରଖିବା ସହ ତଦନ୍ତ କରାଯାଉଥିବା ଆଇଆଇସି ରିଗାନ କିଣ୍ଡୋ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe