ବ୍ରହ୍ମପୁରରେ କଥା ହେଉଥିଲେ ଯୁବକ-ଯୁବତୀ; ଖଣ୍ଡା ‌ଚୋଟ ମାରି ଦୁର୍ବୃତ୍ତ ଫେରାର

Advertisment
ବ୍ରହ୍ମପୁରରେ କଥା ହେଉଥିଲେ ଯୁବକ-ଯୁବତୀ; ଖଣ୍ଡା ‌ଚୋଟ ମାରି ଦୁର୍ବୃତ୍ତ ଫେରାର

ବ୍ରହ୍ମପୁର: ଯୁବକ ସହିତ ଜଣେ ଯୁବତୀ କଥା ହେଉଥିବା ବେଳେ ଖଣ୍ଡାରେ ଆକ୍ରମଣ ହୋଇଛି। ଏହି ଆକ୍ରମଣ ଘଟଣାରେ ଯୁବକ ଓ ଯୁବତୀଙ୍କ ଅବସ୍ଥା ଗୁରୁତର ‌ରହିଛି। ବ୍ରହ୍ମପୁର ସହରର ବଡ଼ବଜାର ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ର ବିହାରରେ ଆଜି ରାତି ପ୍ରାୟ ସାଢ଼େ ୮ ଟାରେ ଏହି ଅଭାବନୀୟ ଘଟଣା ଘଟିଛି। ଗୁରୁତର ଯୁବକ ହେଲେ ପଂଚୁ ଦେଉଳ ସାହିର ରାଜେଶ ରାଓ(୩୦)।

ବଡ଼ବଜାର ପୁଲିସ କହିଛି, ଆଜି ରାତି ପ୍ରାୟ ସାଢ଼େ ୮ଟା ବେଳେ ବଡ଼ବଜାର ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ରବିହାରରେ ଯୁବତୀଙ୍କ ସହିତ ଜଣେ ଯୁବକ କଥା ହେଉଥିଲେ। ଏହି ସମୟରେ ଦୁର୍ବୃତ୍ତ ପହଞ୍ଚି ଖଣ୍ଡାରେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଖବର ପାଇ ବଡ଼ବଜାର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁହିଁଙ୍କୁ ଉଦ୍ଧାର କରିଥିଲା। ଉଭୟଙ୍କୁ ଚିକିତ୍ସା ପାଇଁ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିଏ ଓ କାହିଁକି ଏଭଳି ଆକ୍ରମଣ କରିଛି ସେ ନେଇ ପୁଲିସ ତା’ର ତଦନ୍ତ ପ୍ରକ୍ରିୟା ତ୍ବରାନ୍ବିତ କରିଛି। ଆକ୍ରମଣ ପରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଯୁବକ ଜଣକ ନିକଟରେ ଥିବା ଏକ ଘରେ ପଶି ଜୀବନ ରକ୍ଷା କରି ପାରିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe