ଭିଣୋଇର ଟାଙ୍ଗିଆ ଚୋଟରେ ଶଳାର ପ୍ରାଣ ଗଲା

ନବରଙ୍ଗପୁର: ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇ ଗୁରୁତର, ଅଭିଯୁକ୍ତ ଗିରଫ

Catch News

ତାଟୋ : ଜଣେ ସଂପର୍କୀୟ ଭିଣୋଇର ଟାଙ୍ଗିଆ ଚୋଟରେ ଶଳାର ପ୍ରାଣ ଯାଇଛି। ମୃତ ଶଳା ହେଉଛନ୍ତି ଯଶିପୁର ଥାନା ଗୁଡ଼ୁଗୁଡ଼ିଆ ଗାଁର ଶଙ୍କର ଦେହୁରୀ(୩୫)। ଆଜି ମଧ୍ୟାହ୍ନରେ ଏପରି ଅଭାବନୀୟ ଘଟଣା କରଞ୍ଜିଆ ବ୍ଲକ୍‌ ବାଟପଳସା ପଞ୍ଚାୟତ ଅନ୍ତର୍ଗତ ଶିଆଳିନଈ ଗାଁରେ ଘଟିଛି। ଅନ୍ୟପଟେ ମୃତ ଶଙ୍କରଙ୍କ ପରିବାର ଲୋକଙ୍କ ମାଡ଼ରେ ଭିଣୋଇ ଚିରୁ ଦେହୁରୀ(୫୦) ଗୁରୁତର ହୋଇ କରଞ୍ଜିଆ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଘଟଣାରୁ ପ୍ରକାଶ, ଯଶିପୁର ଥାନା ଗୁଡ଼ୁଗୁଡ଼ିଆ ଗ୍ରାମର ଶଙ୍କର ପ୍ରାୟ ୧୫ ଦିନ ତଳେ ଆସି ଭିଶୋଇ ଚିରୁଙ୍କ ଶିଆଳିନଈ ଘରେ ରହି ଜଙ୍ଗଲରୁ ମହୁ ସଂଗ୍ରହ କରୁଥିଲେ। ତେବେ କୌଣସି କାରଣରୁ ଆଜି ଚିରୁ ଏକ କାଠ କଟା ଟାଙ୍ଗିଆରେ ଶଙ୍କରଙ୍କୁ ଚୋଟ ମାରିଥିଲେ। ଘଟଣାସ୍ଥଳରେ ଶଙ୍କରଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଖବରପାଇ ମୃତ ଶଙ୍କରଙ୍କ ପତ୍ନୀ, ପୁଅ ଓ ପୁଅଙ୍କ ଶଳା ପହଞ୍ଚି ଘଟଣା ସଂପର୍କରେ ଜାଣିବା ପରେ ଚିରୁକୁ ନିସ୍ତୁକ ମାଡ଼ ମାରିଥିଲେ। ଫଳରେ ସେ ଗୁରୁତର ହୋଇଥିଲେ। ତାକୁ କରଞ୍ଜିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ପଛର କାରଣ ଜଣାପଡ଼ିନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe