ବାଇକ୍ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ଅଜଣା ଗାଡ଼ି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

new indian express

ବୈପାରିଗୁଡା: ବାଇକ୍ ଦୁର୍ଘଟଣା ଘଟି ଜଣକର ମୃତ୍ୟୁ ହୋଇଯାଇଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ରାମଗିରି ପଞ୍ଚାୟତର କଟ୍ରାକୁଣ୍ଡ ନିକଟ ଢେପଗୁଡାର ସନୁ ଗୋଲରୀ (୩୭) ଏବଂ ଡମୁ ଖରା (୨୫) ବାଇକ୍ ଯୋଗେ ବାହାଘର କାର୍ଯ୍ୟକ୍ରମରେ ଲମତାପୁଟ ଯାଇ ସନ୍ଧ୍ୟା ବେଳେ ନିଜ ଗ୍ରାମକୁ ଫେରୁଥିଲେ। ତେବେ ଜୁନିୟର କଲେଜ ଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ବାଇକ୍ ଦୁର୍ଘଟଣା ଗ୍ରସ୍ତ ହେବାରୁ ସନୁ ଗଲରୀ ଏବଂ ଡମୁ ଖରା ଗୁରୁତର ଭାବେ ଆହତ ହୋଇଥିଲେ।

ବୈପାରିଗୁଡା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ପଠାଇବାର ବ୍ୟବସ୍ଥା କରିଥିଲେ। ତେବେ ସନୁଙ୍କର ମୃତ୍ୟୁ ହୋଇଯାଇଥିବା ଡାକ୍ତର ଘୋଷଣା କରିଥିଲେ। ଗୁରୁତର ଭାବେ ଆହତ ଡମୁଙ୍କର ପ୍ରାଥମିକ ଚିକିତ୍ସା ପରେ ଜୟପୁର ଜିଲ୍ଲା ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ତେବେ କଲଭର୍ଟର ଗାର୍ଡ ଓ୍ବାଲ ତିଆରି ପାଇଁ ରାସ୍ତା କଡ଼ରେ ମେଟାଲ ଗଦା କରାଯାଇଥିଲା ଏବଂ ସେଥିରୁ କିଛି ମେଟାଲ ରାସ୍ତା ଉପରେ ବିଛେଇ ହୋଇ ପଡ଼ିଥିଲା। ସେହି ମେଟାଲ ଉପରେ ଗାଡ଼ି ଚଢିଯିବା ଫଳରେ ଦୁର୍ଘଟଣା ଘଟିଥିବା କୁହାଯାଉଛି। ପୋଲିସ ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe