ବାଇକ୍ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର ଆହତ

Advertisment
ସ୍କୁଲ୍‌ ବସ୍‌କୁ ଧକ୍କା ଦେଲା ଡମ୍ପର୍‌, ୨୮ଛାତ୍ର ଆହତ

ବନ୍ତ: ଭଦ୍ରକ ଜିଲ୍ଲା ବନ୍ତ ଥାନା ଅନ୍ତର୍ଗତ ବଳଭଦ୍ରପୁର ଛକ ନିକଟରେ ଆଜି ଦିନ ପ୍ରାୟ ତିନିଟା ସମୟରେ ଦୁଇଟି ବାଇକ୍ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଜଣେ ମୃତ୍ୟୁବରଣ କରିଥିବାବେଳେ ଜଣେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।ଘଟଣାରୁ ପ୍ରକାଶ ଯେ ଆଡିଆ ଗ୍ରାମର ହରିହର ଦାସ ଆଜି ଦିନ ପ୍ରାୟ ତିନିଟା ସମୟରେ ଓଡି-୨୨,ସି-୯୬୬୩ନମ୍ବର ଡିସ୍କଭର ବାଇକ୍ ରେ ବଳଭଦ୍ରପୁର ଗ୍ରାମର ଫକୀର ଦାସଙ୍କୁ ବସାଇ ବନ୍ତ ପଟୁ ଆଡିଆ ଆଡ଼କୁ ଯାଉଥିବା ବେଳେ  ବଳଭଦ୍ର ପୁରି ଗ୍ରମରୁ  ବାଇକ୍ ଯୋଗେ ଆସୁଥିବା ଜଣେ ଯୁବକ ଭାରସାମ୍ୟ ହରାଇ ଛକ ନିକଟରେ ଥିବା ଶିବ ମନ୍ଦିର ଆଗରେ ହରିହର ଙ୍କ ବାଇକ୍ କୁ ଧକ୍କା ଦେଇଥିଲା।

ଫଳରେ ହରିହର ଓ ଫକିର ଗୁରୁତର ଆହତ ହୋଇ ପଡିରହିଥଗଲେ। ସ୍ଥାନୀୟ ଲୋକମାନେ ଆହତ ମାନଙ୍କୁ ଚିକିତ୍ସା ପାଇଁ ବନ୍ତ ପଠାଇବା ସହ ବନ୍ତ ପୋଲିସ କୁ ଖବର ଦେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ଭଦ୍ରକ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ପଠାଇଥିଲା ବେଳେ ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ସ୍ଥାନାନ୍ତରିତ କରାଯାଇଥିଲା।ରାସ୍ତରେ ଫକିର ଙ୍କ ପରଲୋକ ହୋଇଥିଲା ବେଳେ ହରିହର କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପୋଲିସ ଘଟଣାସ୍ଥଳରୁ ଦୁର୍ଘଟଣା ଗ୍ରସ୍ତ ବାଇକ୍ କୁ ଜବତ କରି ଥାନା କୁ ଆଣିଥିବା ବେଳେ ଏନେଇ ଥାନା ରେ ନିଜ ଲେଖାଯିବା ପର୍ଯ୍ୟନ୍ତ ଥାନାରେ ଅଭିଯୋଗ ହୋଇନଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe