ବାଇକ୍ ଦୁର୍ଘଟଣାରେ ଜଣେ ମୃତ

Advertisment
ଖୁଣ୍ଟରେ ପିଟିହେଲା ବାଇକ୍: ପୁଅ ମୃତ, ବାପା ଗୁରୁତର

Hari Bhoomi

ଦେବଗଡ଼ : ୪୯ନଂ ଜାତୀୟ ରାଜପଥର ପୁରୁଣାଗଡ଼ ସ୍ଥିତ ଓଭରବ୍ରିଜରେ ଆଜି ରାତିରେ ଏକ ବାଇକ୍‌ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ବାଇକ୍‌ରେ ଥିବା ଅନ୍ୟ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଖବରଲେଖା ହେବା ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ଜଣାପଡିନଥିବା ବେଳେ ଆହତ ଜଣକ ବାରକୋଟ ବ୍ଲକ ଦଣ୍ଡାସିଂଘା ଗ୍ରାମର ବିନୋଦ ଲୁହୁରା ବୋଲି ଜଣାପଡ଼ିଛି।

ସୂଚନାମତେ, ବିନୋଦ ଓ ତାଙ୍କ ସହ ଆଉ ଜଣେ ଯୁବକ ଏକ ବାଇକ୍‌ (ଓଡି-୨୮ବି ୧୭୪୦) ଯୋଗ‌େ ତିଳେଇବଣି ପଟରୁ ଘରକୁ ଫେରୁଥିବ‌ାବେଳେ ୪୯ନଂ ଜାତୀୟ ରାଜପଥର ପୁରୁଣାଗଡ଼ ସ୍ଥିତ ଓଭରବ୍ରିଜ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଫଳରେ ଉଭୟ ଗୁରୁତର ହୋଇଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ବିନୋଦଙ୍କ ସହ ଥିବା ଅନ୍ୟ ଜଣେ ଯୁବକର ମୃତ୍ୟୁ ଘଟିଥିଲା। ଦେବଗଡ଼ ପୁଲିସ୍ ଦୁର୍ଘଟଣାଗ୍ରସ୍ତ ବାଇକ୍ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe