୨ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ, ବାଇକ୍‌ ଚାଳକ ଫେରାର

Advertisment
ବର୍ଷକରେ ସଡ଼କ ଦୁର୍ଘଟଣାରେ ମ‌ରିଛନ୍ତି ୪୭୩୮ଜଣ

Sambad English

ଲାଞ୍ଜିଗଡ : ଲାଞ୍ଜିଗଡ ବ୍ଲକ୍‌ ବିଶ୍ୱନାଥପୁର ଥାନା ଡଙ୍ଗାଜୋର ଛକ ନିକଟରେ ୨ଟି ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ସାଂସେ ମାଝୀ (୫୫) ବୋଲି ଜଣାପଡ଼ିଛି। ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ବାଇକ୍‌ ଚାଳକ ଫେରାର୍ ହୋଇଯାଇଛି।

ପୁଲିସ୍‌ ସୂତ୍ରରୁ ପ୍ରକାଶ ଯେ, ବୁଧବାର ଲାଞ୍ଜିଗଡ଼ ବ୍ଲକ୍‌ ବିଶ୍ୱନାଥପୁର ଥାନା ବେଡ଼ାଗାଁ ପଞ୍ଚାୟତ ଗାରେଶ ଗାଁର ସାଂସେ ମାଝୀ ଏକ ବାଇକ୍ (ଓଡି ୦୮-୨୨୫୫) ଯୋଗେ ବନ୍ଧପାରି ପଞ୍ଚାୟତ ଡଙ୍ଗାଜୋର ସାପ୍ତାହିକ ବଜାରକୁ ଆସୁଥିଲେ। ଏହି ସମୟରେ ଡଙ୍ଗାଜୋର ଛକ ନିକଟରେ ସାମ୍ନା ପଟୁ ଧଅଁଡ଼ାଭଟା ଗ୍ରାମର ବାସୁଦେବ ବିଭାର ବାଇକ୍ (ଓଡି୦୮-୫୨୦୬) ରେ ଯାଉଥିବା ସମୟରେ ସାଂସେଙ୍କୁ ଧକ୍କା ଦେଇଥିଲେ। ଫଳରେ ସାଂସେ ଗୁରୁତର ଆହତ ହୋଇଥିଲେ। ବାସୁଦେବ ତାଙ୍କୁ ଲାଞ୍ଜିଗଡ଼ ମେଡ଼ିକାଲ ଆଣି ପ୍ରାଥମିକ ଚିକିତ୍ସା କରାଇଥିଲେ। କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବାପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। କିନ୍ତୁ ବାସୁଦେବ ମେଡିକାଲ ନେବା ବଦଳରେ ଗୁରୁତର ଥିବା ସାଂସେଙ୍କୁ ତାଙ୍କ ଘରେ ଛାଡ଼ି ଆସିଥିଲେ। ବୁଧବାର ରାତିରେ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ଗାଁ ଲୋକେ ଗୁରୁବାର ସକାଳ ୧୦ ଟାରେ ବିଶ୍ୱନାଥପୁର ଡାକ୍ତରଖାନା ଆଣିଥିଲେ। କିନ୍ତୁ ସେଠାରେ ସାଂସେଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ଦିନ ୧୧ଟାରେ ବିଶ୍ୱନାଥପୁର ଥାନାରେ ଅଭିଯୋଗ ପରେ ଥାନା ଅଧିକାରୀ ରୁନୁ କୁମାରୀ ମାଝୀ ଘଟଣାର ତଦନ୍ତ କରି ଏକ ମାମଲା ରୁଜୁ କରିଛନ୍ତି। ଦୁର୍ଘଟଣା ଘଟାଇଥିବା ବାଇକ୍‌କୁ ଜବତ କରିବା ସହ ଫେରାର୍ ଥିବା ବାସୁଦେବକୁ ଧରିବା ପାଇଁ ତଦନ୍ତ ଜାରି ରହିଛି ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe