ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି)ର ଅଳିଆବୁହା ଗାଡ଼ିର ଚକା ତଳେ ବୁଧବାର ଅପରାହ୍ନରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ଭିଏସ୍ଏସ୍ ନଗର ଅଳିଆ ଗଦା ନିକଟରେ ଜଣେ ଲୋକ ମହିଳାଙ୍କୁ ବାଇକରେ ନେଇ ଘରକୁ ଫେରୁଥିବା ସମୟରେ ତାଙ୍କ ଉପରେ ଅଳିଆ ଗାଡ଼ି ଚଢ଼ି ଯାଇଛି। ଘଟଣାସ୍ଥଳରେ ମହିଳାଙ୍କର ମୃତ୍ୟୁ ଘଟିଛି ଏବଂ ବାଇକ୍ ଆରୋହୀଙ୍କୁ ଗୁରୁତ୍ୱର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକ ମହିଳାଙ୍କ ବୟସ ପ୍ରାୟ ୫୫ ବର୍ଷ ହେବ ବୋଲି ଯାହା କୁହାଯାଉଛି।
ସୂଚନା ଅନୁସାରେ ମୃତ ମହିଳାଙ୍କର ସ୍ବାମୀ ନାହାନ୍ତି। ସେ ଅନ୍ୟ ଲୋକଙ୍କ ଘରେ କାମ କରି ଚଳନ୍ତି ବୋଲି ସ୍ଥାନୀୟ ଲୋକ କହିଛନ୍ତି। ମୃତଦେହକୁ ରଖି ଭିଏସ୍ଏସ୍ ନଗର ସୈନିକ ସ୍କୁଲ ରାସ୍ତାକୁ ଅବରୋଧ କରିବା ସହ ପୁଲିସ ଏବଂ ସ୍ଥାନୀୟ ଲୋକଙ୍କ ସହ ଧସ୍ତାଧସ୍ତି, ଢେଲା ପଥର ମାଡ କରିଛନ୍ତି। ପୁଲିସ ଗାଡି ଏବଂ ଅଳିଆବୁହା ଗାଡ଼ି ଜାଳିଦେବାକୁ ଉଦ୍ୟମ କରୁଥିଲେ ସ୍ଥାନୀୟ ଲୋକେ। ପୁଲିସ ମଧ୍ୟ ଲୋକଙ୍କ ଉପରେ ଲାଠି ଚାର୍ଜ କରିଛି। ସ୍ଥାନୀୟ ବାସିନ୍ଦା ଉତ୍ତ୍ୟକ୍ତ ହୋଇ ଆସ୍ତନ୍ତାକାଲି ଧାରଣା ଦେବେ ବୋଲି କହୁଛନ୍ତି।
ଭିଏସ୍ ଏସ୍ ନଗର ସ୍ଥିତ ଧୀରିକୁଟି ଛକରେ ବିଏମସି ଅଳିଆ ଗାଡ଼ି ଧକ୍କାରେ ମହିଳାଙ୍କ ମୃତ୍ୟୁ।ଶବ ଧରି ରାସ୍ତା ଅବରୋଧ ବେଳେ ଲଙ୍କାକାଣ୍ଡ। ପୋଲିସ ଜନତା ମୁହାଁ ମୁହିଁ। ପୋଲିସକୁ ଡେଲା ଓ ପଥର ମାଡ଼। ଶତାଧିକ ପୋଲିସ ଘଟଣାସ୍ଥଳରେ ପହଂଚି ମହିଳାଙ୍କ ମୃତ ଦେହକୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଛି। ଏବେ ପରିସ୍ଥିତି ଶାନ୍ତ ହୋଇଛି।
  
 Follow Us