ବାଇକ୍‌ରେ ବୋମା ନେଇ ଯାଉଥିଲେ, ବିସ୍ଫୋରଣ ନେଲା ଜୀବନ

ଯବାନଙ୍କୁ ହତ୍ୟା ପାଇଁ ବୋମା ଖଞ୍ଜୁଥିଲେ, ବିସ୍ଫୋରଣରେ ନିଜେ ଉଡିଗଲେ

ଖଲିକୋଟ/ବ୍ରହ୍ମପୁର: ବାଇକ୍‌ରେ ବୋମା ଧରି ଯିବା ବେଳେ ଗାଡି ଚକା ସ୍ଲିପ କରିଯିବାରୁ ଗଂଜାମ ଜିଲ୍ଲା ଖଲିକୋଟ ଥାନା ଅନ୍ତର୍ଗତ ନିର୍ମଳଝର ନିକଟରେ ଏହା ଫୁଟି ଯାଇଛି। ପ୍ରଚଣ୍ଡ ଶବ୍ଦ କରି ବୋମାଟି ଫୁଟିବା ଫଳରେ ଦୁଇଜଣଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ମଣ୍ଟୁ ମହାରଣା।

ସୂଚନା ଅନୁସାରେ ଗଞ୍ଜାମ ଖଲ୍ଲିକୋଟ ଥାନା ନିର୍ମଳଝର ଛକରେ ନୂଆ ଫସୁଳା ଗାଁର କବି ମହାରଣାଙ୍କ ପୁଅ ମଣ୍ଟୁ ନିଜର ଅନ୍ୟ ତୁଳସୀପୁର ଗ୍ରାମର ବଇଁଶୀ ପ୍ରଧାନଙ୍କ ପୁଅ ସିଲୁଙ୍କୁ ସାଥୀରେ ନେଇ ଯାଉଥିଲେ। ଦୁଇ ବାଇକ୍‌ ଆରୋହୀ ବୋମା ନେଇ ଯାଉଥିଲେ। ବାଇକ ଚକା ସ୍ଲିପ୍‌ କରିଯିବାରୁ ତଳେ ପଡ଼ି ଯାଇଥିଲା। ବାଇକ୍‌ ତଳେ ପଡିଯିବା ଫଳରେ ସେହି ସ୍ଥାନରେ ହିଁ ବୋମା ବିସ୍ଫୋରଣ ହୋଇଥିଲା। ବୋମାଟି ପ୍ରଚଣ୍ଡ ଶବ୍ଦ କରି ବିସ୍ଫୋରଣ ହୋଇଥିଲା। ପଛ ସିଟରେ ବୋମା ଧରି ବସିଥିଲେ ତାଙ୍କ ହାତ ଉଡ଼ିଯିବା ସହ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ମଣ୍ଟୁ ୧୦୦ ମିଟର ଦୂରରେ ଛିଟିକି ପଡ଼ିଥିଲେ।

publive-image

ବିସ୍ଫୋରଣ ସଂପର୍କିତ ସୂଚନା ମିଳିବା ପରେ ଛତ୍ରପୁର ଡିଏସ୍‌ପି ଉତ୍କଳ କେଶରୀ ଦାସ, ଏସ୍‌ଡିପିଓ ଗୌତମ କିସାନ, ସେକେଣ୍ଡ ଅଫିସର ସୁଶାନ୍ତ ପ୍ରଧାନ, ରମ୍ଭା ଆଇଆଇସି ପ୍ରଫୁଲ୍ଲ କୁମାର ସେଠୀ ଓ ଛତ୍ରପୁର ଆଇଆଇସି ପ୍ରମୁଖ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe