ଦେଖଣାହାରୀଙ୍କ ଉପରେ ମାଡ଼ିଗଲା ବରଗାଡ଼ି, ଜଣେ ମୃତ

Advertisment
ଦେଖଣାହାରୀଙ୍କ ଉପରେ ମାଡ଼ିଗଲା ବରଗାଡ଼ି, ଜଣେ ମୃତ

ଭଣ୍ତାରିପୋଖରୀ : ଭଦ୍ରକ ଜିଲ୍ଲାର ଭଣ୍ତାରିପୋଖରୀ ଥାନା ବାଲିପୋଖରୀ ପଞ୍ଚାୟତ କୋରକୋରା ଗ୍ରାମର ହରିଜନସାହି ରାସ୍ତାରେ ଗତକାଲି ବିଳମ୍ବିତ ରାତିରେ ଦେଖଣାହାରୀଙ୍କ ଉପରେ ବରଗାଡି ମାଡ଼ିଯିବାରୁ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନିଜଣ ଗୁରୁତର ହୋଇଛନ୍ତି।

ଯାଜପୁର ଥାନା ଅନ୍ତର୍ଗତ ନୂଆକୂଳ ଗ୍ରାମରୁ ବର ଶୋଭାଯାତ୍ରା ଗାଡି କୋରକୋରା ଗ୍ରାମର ଦାମୋଦର ପଣ୍ତାଙ୍କ ଘରକୁ ଯାଉଥିଲା। ହରିଜନ ସାହିରେ ଶୋଭାଯାତ୍ରା ଚାଲିଥିବା ବେଳେ ଗାଁ ଲୋକେ ବର ଦେଖିବା ପାଇଁ ରାସ୍ତା ଉପରେ ଠିଆ ହୋଇଥିଲେ। ବରଗାଡି ଗ୍ରାମର ଈଶ୍ବର ମଳିକ(୫୫) ଓ ବୁଲି ମଳିକ(୭୨)ଙ୍କୁ ଧକ୍କା ଦେବା ସହ ମହେଶ୍ବର ମଳିକ(୫୭) ଓ ଶାନ୍ତିଲତା ମଳିକ(୪୫)ଙ୍କ ଉପରକୁ ମାଡି ଯାଇଥିଲା। ବରଗାଡି ଚକା ତଳେ ରହି ଯାଇଥିବା ମହେଶ୍ବର ଓ ଶାନ୍ତିଲତାଙ୍କୁ ଗ୍ରାମବାସୀ ଉଦ୍ଧାର କରି ଯାଜପୁର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମହେଶ୍ବରଙ୍କର ମୃତ୍ୟୁ ହୋଇଥିଲା। ଗୁରୁତର ଶାନ୍ତିଲତାକୁ କଟକ ପଠାଇ ଦିଆଯାଇଥିଲା। ଆହତ ଈଶ୍ବର ଓ ବୁଲିଙ୍କୁ ଚିକିତ୍ସା କରାଯାଉଥିବା ଜଣାଯାଇଛି। ଭଣ୍ତାରିପୋଖରୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବରଗାଡ଼ିକୁ ଜବତ କରିଥିଲେ। ମହେଶ୍ବରଙ୍କ ପୁଅ ଗୌରାଙ୍ଗ ମଳିକଙ୍କ ଅଭିଯୋଗ କ୍ରମେ ଥାନାରେ ମାମଲା ରୁଜୁ କରାଯାଇ ଚାଳକକୁ ଅଟକ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe