ଦେବଦର୍ହାରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ

Advertisment
କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

ପଦ୍ମପୁର: ବରଗଡ଼ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଦେବଦର୍ହାରେ ଏକ ଅଭାବନୀୟ ଘଟଣା ଘଟିଛି। ଗୋଷ୍ଠୀ ସଂଘର୍ଷରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ ବ୍ୟକ୍ତି ହେଲେ ଧର୍ମେନ୍ଦ୍ର ସାହୁ।

ପ୍ରକାଶ ଯେ, ଗତ ୨୩ ତାରିଖ ଛତିଶଗଡ଼ ରାଜ୍ୟ ଗୁହିରାପାଲିର କିଛି ଯୁବକ ଦେବଦର୍ହାକୁ ବୁଲିବାକୁ ଆସିଥିଲେ। ମଜାମସ୍ତିରେ ମସଗୁଲ ଥିବା ବେଳେ ନିକଟ ଚଙ୍ଗରିଆ ଗ୍ରାମର କେତେକ ଯୁବକଙ୍କ ସହ ବଚସା ହୋଇଥିଲା। ପରେ ତାହା ଉଗ୍ରରୂପ ନେଇଥିବା ବେଳେ ଗୁହିରାପାଲି ଗ୍ରାମର ଧର୍ମେନ୍ଦ୍ର ସାହୁଙ୍କୁ କିଛି ଯୁବକ କାଠଫାଳରେ ପ୍ରବଳ ମାଡ଼ ମାରିଥିଲେ। ଫଳରେ ସେ ରକ୍ତାକ୍ତ ହୋଇ ଅଚେତ ହୋଇପଡ଼ିଥିଲେ। ପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ପଦ୍ମପୁର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ବୁଧବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଘଟଣାର ଗୁରୁତ୍ବକୁ ଦୃଷ୍ଟିରେ ରଖି ପଦ୍ମପୁର ଆରକ୍ଷୀ ଅଧିକାରୀ ବିଭୂତି ଭୂଷଣ ଭୋଇ, ଜଗଦଲପୁର ଥାନା ଅଧିକାରୀ ବିପିନ ବାଗ ଓ ପୁଲିସ୍‌ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଚଙ୍ଗରିଆ ଗ୍ରାମର କେତେକ ଯୁବକଙ୍କୁ ଅଟକ ରଖିଥିବା ଜଣାପଡ଼ିଛି। ଏଥିସହ ବିଭିନ୍ନ ଦିଗରେ ପୁଲିସ୍ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe