ବାଲିଆପାଳ ଗ୍ରାମୀଣ ମେଳାରେ ଅଘଟଣ: ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଜଣେ ମୃତ

Advertisment
ଟ୍ରାକ୍ଟର ଓଲଟି ଶ୍ରମିକ ମୃତ

123rf.com

ବାଲିଆପାଳ: ବାଲିଆପାଳ ଥାନା ନେତାଜୀ ଷ୍ଟାଡିୟମ ପାର୍ଶ୍ବରେ ଆସନ୍ତା ୧ ତାରିଖରୁ ହେବାକୁ ଥିବା ବାଲିଆପାଳ ଗ୍ରାମୀଣ ମେଳା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ୧୧କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଟ୍ରକ ହେଲପରଙ୍କ ମୃତ୍ୟୁ ହୋଇ ଯାଇଛି। ସୂଚନା ଅନୁସାରେ, ଆଜି ମେଳା ପାଇଁ ପଶ୍ଚିମବଙ୍ଗରୁ ଆସିଥିବା ଏକ ଦୋଳି ଟ୍ରକ(ଡବ୍ଲ୍ୟୁ ବି ୩୧ ୭୦୬୪)ରୁ ଦୋଳି ସାମଗ୍ରୀ ବାହାର କରୁଥିବା ବେଳେ ଅସାବଧାନତାବଶତଃ ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଟ୍ରକ ହେଲପର ତଥା ପଶ୍ଚିମବଙ୍ଗ ବାଙ୍କୁଡା ଜିଲ୍ଲାର ବିଜୟ ସାହିଦ(୨୨) ଆସି ତଳକୁ ଛିଟିକି ପଡ଼ିଥିଲେ।

ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ପ୍ରଥମେ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନା ଚିକିତ୍ସା ପାଇଁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପ୍ରଚାରିତ ହେବା ପରେ ମେଳା ପଡ଼ିଆରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା।

ଖବର ପାଇ ବାଲିଆପାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ତେବେ ମେଳାପାଇଁ ବାଲିଆପାଳ ତହସିଲ ପକ୍ଷରୁ କୌଣସି ଅନୁମତି ଦିଆଯାଇନଥିବା ତହସିଲଦାର ଦୀପକ କୁମାର ଦାସ  କହିଥିବା ବେଳେ କାହା ଅନୁମତିରେ ପଡ଼ିଆରେ ମେଳା କରାଯାଉଛି ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe