ଚିଙ୍ଗୁଡ଼ିପାସ ଗ୍ରାମରେ ଝାଡ଼ାବାନ୍ତି: ଜଣେ ମୃତ, ୨ ଗୁରୁତର

Advertisment
ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ: ପକେଟରେ ଥିବା ୪ ଲକ୍ଷ ଟଙ୍କା ଗଲା କୁଆଡ଼େ?

stock.adobe.com

ଥୁଆମୂଳ ରାମପୁର/ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍‌ ଗୋପୀନାଥପୁର ପଞ୍ଚାୟତ ଚିଙ୍ଗୁଡିପାସ ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିଛି। ଝାଡ଼ାବାନ୍ତିରେ ଏହି ଗାଁର ଶ୍ରୀପତି ମାଝୀ (୬୨ବର୍ଷ)ଙ୍କ ମୃତ୍ୟୁ ଘଟିଛି। ସେହିଭଳି ସୁଇଦେଇ ମାଝୀ (୫୦ବର୍ଷ), ରାମ ମାଝୀ (୫୦ବର୍ଷ), ସୀତମାଏ ମାଝୀ (୩୫ବର୍ଷ) ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସୁଇଦେଇ ଓ ରାମ ଗୁରୁତର ଅସୁସ୍ଥ ଅଛନ୍ତି।

ଏହି ଗାଁରେ ଝାଡ଼ାବାନ୍ତି ବ୍ୟାପିଥିବା ସଂପର୍କରେ ଗାଁର ୱାର୍ଡସଭ୍ୟ ଥୁଆମୂଳ ରାମପୁର ଡାକ୍ତରଖାନାକୁ ସୂଚନା ଦେଇଥିଲେ। ଡା. ନୀତୀଶ ଝା’ଙ୍କ ନେତୃତ୍ବରେ ଏକ ଟିମ୍‌ ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହିତ ଔଷଧ ବଣ୍ଟନ କରିଥିଲେ। ସ୍ବାସ୍ଥ୍ୟ ଟିମ ସହାୟତାରେ ୩ ଜଣ ଆକ୍ରାନ୍ତଙ୍କୁ ଥୁଆମୂଳ ରାମପୁର ଡାକ୍ତରଖାନାକୁ ଆଣି ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe