ହାତୀ ଆକ୍ରମଣରେ ଛେଳି ଚରାଳି ମୃତ

Advertisment
ହାତୀ ଆକ୍ରମଣରେ ଶିଶୁକନ୍ୟା ମୃତ; ବାପାମା’, ଭଉଣୀ ଗୁରୁତର

କଙ୍କଡ଼ାହାଡ଼ : ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଅନ୍ତର୍ଗତ କୁଟୁରିଆ ପଞ୍ଚାୟତର ଗୋଳାଗାଡ଼ିଆ ଗ୍ରାମରେ ବୁଧବାର ଦିନ ଏକ ଅଭାବନୀୟ ଘଟଣା ଘଟିଛି। ହାତୀ ଆକ୍ରମଣରେ ଜଣେ ଛେଳି ଚରାଳିଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ଶରତ ଧଳ (୬୯) ବୋଲି ଜଣାଯାଇଛି।

ଗ୍ରାମର ଶରତ ଧଳ, ପତ୍ନୀ ରମ୍ଭାଙ୍କ ସହିତ ଛେଳି ଚରାଇବା ପାଇଁ ଗୋଲାଗାଡ଼ିଆ ଗ୍ରାମ ନିକଟ ଜଙ୍ଗଲକୁ ଯାଇଥିଲେ। ରମ୍ଭା ଛେଳି ଚରାଇ ସନ୍ଧ୍ୟା ୫ଟା ୩୦ ମିନିଟ୍‌ରେ ଘରକୁ ଫେରିଥିଲେ। ତେବେ, ତାଙ୍କ ସ୍ୱାମୀ ଶରତ ଘରକୁ ଫେରିବା ବାଟରେ ହାତୀ ମୁହଁରେ ପଡ଼ିଯାଇଥିଲେ। ହାତୀ ଆକ୍ରମଣରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଶରତଙ୍କ ଘରକୁ ଫେରିବା ବିଳମ୍ବ ହେବାରୁ ପରିବାର ଲୋକ ଖୋଜାଖୋଜି କରିବାପରେ ଗ୍ରାମ ପାଖ ଜଙ୍ଗଲରେ କ୍ଷତାକ୍ତ ଅବସ୍ଥାରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ। ଖବରପାଇ ବନ କର୍ମଚାରୀମାନେ ସେଠାରେ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe