ଜଣକୁ କଚାଡ଼ି ମାରିଲା ଦନ୍ତା

Advertisment
ମନୁଷ୍ୟ-ବନ୍ୟପ୍ରାଣୀ ସଂଘର୍ଷ: ମୃତାହତ ବ୍ୟକ୍ତିଙ୍କ ପାଇଁ ଅନୁକମ୍ପା ରାଶି ବଢ଼ିଲା

image source-sentinelassam.com

ଗଁଦିଆ : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍‌ ନହଡ଼ା‌ ସଂରକ୍ଷିତ ଜଙ୍ଗଲ ରାସ୍ତାରେ ଶନିବାର ଦିନ ଏକ ଦନ୍ତାହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ଗଁଦିଆ ଥାନା ନୀଳକଣ୍ଠପୁର ଗ୍ରାମର ରାଇମୋହନ ହେମ୍ବ୍ରମ୍ (୫୪)। ବନ ବିଭାଗ ସୂତ୍ରରୁ ପ୍ରକାଶ, ରାଇମୋହନ ଗତକାଲି ନିଜର କୌଣସି ବନ୍ଧୁ ଘରକୁ ଯାଇ ସନ୍ଧ୍ୟାରେ ଘରକୁ ଫେରୁଥିବା ସମୟରେ ଷଡ଼ଙ୍ଗୀ ରେଞ୍ଜ ଅଧୀନ ନହଡ଼ା ସଂରକ୍ଷିତ ଜଙ୍ଗଲର ବଣିଆପଡ଼ା ଓ ଜମ୍ବୁ ସୀମାନ୍ତରେ ଏକ ଦନ୍ତା ହାତୀ ଶୁଣ୍ଢରେ ତାଙ୍କୁ ତଳେ କଚାଡ଼ି ଦଳି ପକାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ଶନିବାର ଦିନ ସେହି ସ୍ଥାନରେ କାର୍ଯ୍ୟରତ ବନ ବିଭାଗ ଜଗୁଆଳି ଏ ସମ୍ପର୍କରେ ଷଡ଼ଙ୍ଗୀ ରେଞ୍ଜ ଅଧିକାରୀ ଚନ୍ଦ୍ରମଣି ବେହେରାଙ୍କୁ ଖବର ଦେଇଥିଲେ। ଷଡ଼ଙ୍ଗୀ ରେଞ୍ଜ ଅଧିକାରୀ ଶ୍ରୀ ବେହେରା ଓ ବନପାଳ ଚିନ୍ମୟ ସାହୁ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାରକୁ ଖବର ଦେଇଥିଲେ। ଗଁଦିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ମୃତକଙ୍କ ଶବ ବ୍ୟବଚ୍ଛେଦ ଢେଙ୍କାନାଳ ଡାକ୍ତରଖାନାରେ କରାଯାଇଛି। ବନ ବିଭାଗ ପକ୍ଷରୁ ମୃତକଙ୍କ ପରିବାରକୁ ଶବ ବ୍ୟବଚ୍ଛେଦ ପାଇଁ ୩୦୦୦ ଟଙ୍କା ଓ ହରିଶ୍ଚନ୍ଦ୍ର ଯୋଜନାରେ ବ୍ଲକ୍‌ ପ୍ରଶାସନ ପକ୍ଷରୁ ୨୦୦୦ ଟଙ୍କା ପ୍ରଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe