ହାତୀ ନେଲା ଆଉ ଏକ ଜୀବନ

Advertisment
ବୃଦ୍ଧାକୁ ଶୁଣ୍ଢରେ ଟେକି ନେଇ ଦଳି ଦେଲା ହାତୀ

The Rising Nepal

ରଣପୁର : ଖୋର୍ଦ୍ଧା ବନଖଣ୍ତ ଅନ୍ତର୍ଗତ ରଣପୁର ବନବିଭାଗ ଅଧୀନସ୍ଥ ବିଭିନ୍ନ ଅଞ୍ଚଳରେ ହାତୀ-ମଣିଷ ଲଢ଼େଇ ଏକ ନିତିଦିନିଆ ଘଟଣା ପାଲଟିଛି। ଗତ ମାସରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ହାତୀ ଆଉ ଏକ ଜୀବନ ନେଇଛି।

ଶନିବାର ପୂର୍ବାହ୍ଣ ୬ଟାରେ ରଣପୁର ବ୍ଲକ୍‌ ଅନ୍ତର୍ଗତ ନରସିଂହପୁର ପଞ୍ଚାୟତ ଅଧୀନ ନାଟିମି ଗାଁର ସତ୍ୟବାଦୀ ବେହେରା (୬୦) ଓ ସଉରୀ ଜେନା କୂଅ ଖୋଳିବା ପାଇଁ କମାଗୁର ଗାଁକୁ ଯାଉଥିଲେ। ମୟୂରଝାଲିଆ-କମାଗୁର ରାସ୍ତା ନିକଟସ୍ଥ ସହିଦ ଅର୍ଜୁନ ରାଉତ କଲେଜ ପାର୍ଶ୍ବରେ ସତ୍ୟବାଦୀ ଏକ ଦନ୍ତାହାତୀ ଆକ୍ରମଣର ଶୀକାର ହୋଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। କିନ୍ତୁ ସଉରୀ ପ୍ରାଣ ବିକଳରେ ଦୌଡ଼ି ପଳାଇଥିଲେ। ଖବର ପ୍ରଚାର ହେବା ମାତ୍ରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ରଣପୁର ଦାୟିତ୍ବରେ ଥିବା ଟାଙ୍ଗୀ ରେଞ୍ଜର୍‌ ଦେବାଶିଷ ଭୋଇ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe