ସୋନପୁର : ହାତୀ ଆକ୍ରମଣରେ ଜଣେ ମୃତ

Advertisment
ଯୁବଚାଷୀଙ୍କୁ ଶୁଣ୍ଢରେ କଚାଡ଼ି ଦେଲା ଦନ୍ତା; ଚିତ୍କାର ଶୁଣି ଦୌଡି ଆସିଲେ ଲୋକେ, ପଳାଇଗଲା ହାତୀ

Photo: Sambad

ସୋନପୁର/ଲଛିପୁର/ଖାରୀ : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ରେଞ୍ଜ ଲଛିପୁର ଫରେଷ୍ଟ ସେକସନ୍‌ ଅନ୍ତର୍ଗତ ବାଙ୍କତେନ୍ତୁଳି ଗ୍ରାମରେ ହାତୀ ଦଳି ଦେବାରୁ ଜଣଙ୍କର ମୃତ୍ୟୁ ହୋଇଛି।

ମିଳିଥିବା ସୂଚନା ଅନୁଯାଇ ବାଙ୍କତେନ୍ତୁଳି ଗ୍ରାମର ଉପେନ୍ଦ୍ର ଦୀପ (୫୨ ବର୍ଷ) ଶନିବାର ଭୋର ୫ଟାରେ ନିଜ ଜମିର ମୁଗ ଚାଷକୁ ଜଗିବାକୁ ଯାଇଥିଲେ। ଏହି ସମୟରେ ହାତୀ ତାଙ୍କୁ ଆକ୍ରମଣ କରି ଦଳିଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ‌ସୋନପୁର ରେଞ୍ଜ ଅଧିକାରୀ ମନୋରଞ୍ଜନ ବାଘ, ଲଛିପୁର ଫରେଷ୍ଟର ବାବାଜୀ ନାଏକ, ଲଛିପୁର ଫାଣ୍ଡି ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ସୋନପୁରରେ ଶବ ବ୍ୟବଚ୍ଛେଦ କରାଯିବା ପରେ ତାଙ୍କର ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ମୃତକଙ୍କ ପରିବାରକୁ ନିୟମାନୁଯାୟୀ ୪ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦିଆଯିବ। ତେବେ, ଶନିବାର ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ଟଙ୍କା ସହାୟତା ଦିଆଯାଇଛି ବୋଲି ରେଞ୍ଜ ଅଧିକାରୀ ଶ୍ରୀ ବାଘ ସୂଚନା ଦେଇଛନ୍ତି। ମୃତ ଉପେନ୍ଦ୍ରଙ୍କ ପତ୍ନୀ, ୨ଝିଅ ଓ ଗୋଟିଏ ପୁଅ ଅଛନ୍ତି। ଉଲୁଣ୍ଡା ପଟରୁ ୨ଟି ହାତୀ ବାଙ୍କତେନ୍ତୁଳି ନିକଟସ୍ଥ ଜଙ୍ଗଲକୁ ଆସିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe