ବଜ୍ରପାତରେ ବୃଦ୍ଧ ମୃତ

ବଜ୍ରପାତରେ ବୃଦ୍ଧ ମୃତ

Shutterstock

ଖାରି: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ୍‌ ବଲାଡ଼ି ଗ୍ରାମରେ ରବିବାର ବଜ୍ରପାତରେ ଉଚ୍ଛବ ସାହୁ (୬୫)ଙ୍କ ମୃତ୍ୟୁ ଘଟିଛି। ସୂଚନାନୁସାରେ, ରବିବାର ଉଚ୍ଛବ ନିଜ ଜମିରେ ଘାସ ବାଛୁଥିଲେ। ଦିନ ପ୍ରାୟ ୧.୩୦ ମିନିଟ୍‌ରେ ହଠାତ୍‌ ବର୍ଷା ସହ ବଜ୍ରପାତ ହେବାରୁ ଉଚ୍ଛବ ସେଠାରେ ଟଳି ପଡ଼ିଥିଲେ।

ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନାଇକେନପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଉଚ୍ଛବଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe